
ଆରଡି : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା କାର୍ତ୍ତିକେଶ୍ବରଙ୍କ ପୂଜା ଗତ ମଙ୍ଗଳବାର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା କାର୍ତ୍ତିକେଶ୍ବରଙ୍କ ମଣ୍ଡପରେ ଘଟ ସ୍ଥାପନ, ସିଂହାର ବେଶ, ଷୋଡଶ ଉପଚାର ପୂଜା ଆଦି ସମସ୍ତ ନୀତି କରାଯାଇଥିଲା । ସେହିପରି ପୀଠରେ ୫୦ବର୍ଷରୁ ଉର୍ଦ୍ଧ ଧରି ପୂଜା ପାଉଥିବା ମୃଣ୍ମୟ ମୂର୍ତ୍ତିଙ୍କ ନିକଟରେ ଅନୁରୂପ ଭାବେ ସମସ୍ତ ପୂଜାର୍ଚ୍ଚନା ଓ ନିତିକାନ୍ତି ଅନୁଷ୍ଠିତ ହୋଇଥିଲା।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ