Skip to content
କଷ୍ଟ ଦେଉଛି ହିଂସା: ରଜନୀକାନ୍ତ
ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ହିଂସାକାଣ୍ଡ ଘଟାଯାଉଛି । ଏହା ମୋତେ ବହୁତ କଷ୍ଟ ଦେଉଛି ବୋଲି ସୁପରଷ୍ଟାର ରଜନୀକାନ୍ତ କ୍ଷୋଭ ବ୍ୟକ୍ତ କରିଛନ୍ତି । କର୍ଣାଟକର ମାଙ୍ଗାଲୁରୁ ଓ ୟୁପି ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ପୋଲିସ ଗୁଳିରେ ୩ ବିକ୍ଷୋଭକାରୀଙ୍କ ଜୀବନ ଯିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ରଜନୀକାନ୍ତ ଆହୁରି କହିଛନ୍ତି ଯେ ହିଂସା ଓ ଦଙ୍ଗା କୌଣସି ସମସ୍ୟାର ସମାଧାନ ନୁହେଁ । ଦେଶବାସୀ ଏକଜୁଟ ହୋଇ ଭାରତର ସୁରକ୍ଷା ଓ ମଙ୍ଗଳ କରନ୍ତୁ । ବର୍ତମାନ ଦେଶରେ ଦେଖାଦେଇଥିବା ହିଂସା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ଏହି ବର୍ଷିୟାନ ଅଭିନେତା ଟୁଇଟ୍ କରିଛନ୍ତି ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ