
କଟକ : କଟକ –ଭୁବନେଶ୍ୱର ରାସ୍ତା କାଠଯୋଡି ନଦୀକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ଖାରବେଳ ନଗର ଅଞ୍ଚଳର ହୋଇଥିବା ବେଳେ ସେ କୋରିଅର ବୟ ଭାବେ କାମ କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଯୁବକ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ସେ କେଉଁ କାରଣରୁ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଘଟଣା ବିଷୟରେ ଖବର ପାଇ ଓଡାଫ ଟିମ ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ମୃତଦେହ ଉଦ୍ଧାର ହୋଇଛି। ସେ କାଲି ଠାରୁ ନିଖୋଜ ଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ