
ଗୋରଖପୁର: ରବିବାର ସନ୍ଧ୍ୟାରେ ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଗୁରୁତ୍ୱର ସହ ନେଇଛନ୍ତି ଯୋଗୀ ସରକାର | ଏହି ଘଟଣାକୁ ନେଇ ୟୁପି ପୁଲିସ କହିଛି ଯେ ଘଟଣା ପଛରେ ଆତଙ୍କବାଦୀ ଲିଙ୍କକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେପଟେ ୟୁପି ସରକାର ଘଟଣାର ତଦନ୍ତ କରିବାକୁ ଏଟିଏସକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ସନ୍ଧ୍ୟାରେ ଗୋରଖପୁର ଯାଇ ସ୍ଥିତି ସମୀକ୍ଷା କରିବେ । ଏହି ଘଟଣାରେ ମୁର୍ତାଜା ନାମକ ଯୁବକଙ୍କୁ ଗିରଫ କରାଯାଇଛି | ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ମୁର୍ତାଜା ତୀକ୍ଷ୍ଣ ଅସ୍ତ୍ରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଠ ବାହାରେ ଥିବା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା |
ଆକ୍ରମଣ କରି ସେ ମଧ୍ୟ ଗୋରଖନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା | ତେବେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ | ଏହି ଘଟଣାକୁ ନେଇ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି) ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଜଣେ ବ୍ୟକ୍ତି ଜବରଦସ୍ତ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ଏବଂ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଗୋରଖପୁରର ବାସିନ୍ଦା ଅହମ୍ମଦ ମୁର୍ତାଜା ଅବ୍ବାସି ବୋଲି ଜଣାପଡିଥିବାବେଳେ ସେ ଆଇଆଇଟି ମୁମ୍ବାଇରୁ ଇଞ୍ଜିନିୟରିଂ କରିଥିଲା |
ଏଡିଜି ଆହୁରି ମଧ୍ୟ କହିଛି, “ମାମଲାଟି ଏଟିଏସକୁ ସ୍ଥାନାନ୍ତରିତ ହୋଇଛି ଏବଂ ଆମେ ଆତଙ୍କବାଦୀଙ୍କ ସମ୍ପର୍କ ଦିଗକୁ ଏଡ଼ାଇ ଦେଇ ପାରିବୁ ନାହିଁ। ଏହି ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି। ଗୋରଖପୁର ଏସଏସପି ବିପିନ ତାଡା କହିଛନ୍ତି ଯେ ଧାର୍ମିକ ସ୍ଲୋଗାନ ଦେବାବେଳେ ଅଭିଯୁକ୍ତଜଣକ ଗୋରଖନାଥ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଅଟକାଇଥିଲା। ଆହତ ଦୁଇ ଜଣ ପୁଲିସ କର୍ମୀ ଚିକିତ୍ସିତ ହେଉଛନ୍ତି। ଏସଏସପି ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୧ (ହତ୍ୟା ଉଦ୍ୟମ) ଏବଂ ଆଇପିସିର ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ