September 27, 2023

Satya News

odia news channel

ଜିଲ୍ଲା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ

 

ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ତରୀୟ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଜିଲ୍ଲା ସମଗ୍ର ଶିକ୍ଷା କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଉକ୍ତ କାର୍ୟ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାର ବିଦ୍ୟାଳୟ ଗୁଡିକ ପରିଷ୍କାର ପରିଛନ୍ନ ରଖିବା, ତମାଖୁ ମୁକ୍ତ ରଖିବା, ଶାରୀରିକ ଶିକ୍ଷା ଯଥା ବିଭିନ୍ନ ଖେଳ, ଯୋଗ ଓ ପ୍ରାଣାୟାମର ବିକାଶ କରାଇବା ଉପରେ ଗୁରୁତ୍ତ୍ୱ ଦେବାକୁ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା ମଞ୍ଚାସୀନ ଥିଲେ। ବାଉଁଶୁଣୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସୁରେନ୍ଦ୍ର ନାଥ ଦାଶ ଅତିଥି ପରିଚୟ କରିଥିବା ବେଳେ ବିଳାସପୁର ହାଇସ୍କୁଲର ଶିକ୍ଷକ ଆଦିନାଥ ଦାଶ ଧନ୍ୟବାଦ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ଜଣ କ୍ରୀଡା ଶିକ୍ଷକ /ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Spread the love