
ରାଞ୍ଚି: ବେଆଇନ ଖଣି କାରବାର ମମାଲରେ ନିର୍ବାଚନ କମିଶନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୋଷୀ ବୋଲି ମାନିଥିବା ସୂଚନା ମିଳିଛି। ଏହି ଅଭିଯୋଗରେ ଇସି ହେମନ୍ତଙ୍କର ବିଧାୟକ ପଦ ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଯଦି ରାଜ୍ୟପାଳ ଏହି ପ୍ରସ୍ତାବକୁ ଅନୁମତି ଦିଅନ୍ତି ତେବେ ହେମନ୍ତ ସୋରେନ୍ଙ୍କୁ ଇସ୍ତଫା ଦେବାକୁ ହେବ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ତାଙ୍କର ମନ୍ତ୍ରୀମଣ୍ଡଳ ବି ଇସ୍ତଫା ଦେବେ। ତେବେ ନିୟମ ଅନୁସାରେ ୬ ମାସ ମଧ୍ୟରେ ସେ ପୁଣିଥରେ ନିର୍ବାଚିତ ହୋଇପାରିବେ।
ରାଜ୍ୟର ବରିଷ୍ଠ ନେତା ସର୍ଜୁ ରୟଙ୍କ ସୂଚନା ଅନୁସାରେ, ବିଶ୍ୱସ୍ତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇସି ସୋରେନ୍ଙ୍କୁ ବିଧାୟକ ପଦ ପାଇଁ ଅଯୋଗ୍ୟ ଘୋଷଣା କରିସାରିଛନ୍ତି। ଖୁବ୍ଶୀଘ୍ର ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହେବ। ଏହାପରେ ସୋରେନ ଇସ୍ତଫା ଦେଇପାରନ୍ତି, ନହେଲେ କୋର୍ଟର ଦ୍ୱାରସ୍ତ ହୋଇ ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇପାରନ୍ତି। ସର୍ଜୁ ରୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପଦରେ ଥାଇ ପଦର ଅପବ୍ୟବହାର କରି ନିଜକୁ ଖଣି ଲିଜ୍ ଦେଇଥିବା ଅଭିଯୋଗ ସୋରେନ୍ଙ୍କ ନାଁରେ ଆସିଛି। ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି। ଏନେଇ ସୋରେନ୍ଙ୍କ ବିରୋଧରେ ମାମଲା ହେବା ପରେ ଇସି ଏହାର ତଦନ୍ତ କରିଥିଲେ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ