September 27, 2023

Satya News

odia news channel

ତିନି ମାସ ମଧ୍ୟରେ ଜୁବୈରର ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ୫୦ ଲକ୍ଷରୁ ଅଧିକ ଟଙ୍କା: ଦିଲ୍ଲୀ ସାଇବର ପୁଲିସ

 

ନୂଆଦିଲ୍ଲୀ : ଫ୍ୟାକ୍ଟ-ଚେକିଂ ୱେବସାଇଟ ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈର ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି | ଦିଲ୍ଲୀ ପୁଲିସର ସାଇବର କ୍ରାଇମ ୟୁନିଟ୍ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଜୁବୈରଙ୍କ ବ୍ୟାଙ୍କ କାରବାର ଏବଂ ଲାପଟପ୍ ଯାଞ୍ଚ କରିବାକୁ ଯୋଜନା କରୁଛନ୍ତି। ସୂଚନା ଥାଉ କି ଯେ ଏହା ପୂର୍ବରୁ ମଧ୍ୟ ପୁଲିସ କହିଛି ଯେ ଜୁବୈର ତାଙ୍କ ଲାପଟପ୍ ଏବଂ ଫୋନ୍ ଫର୍ମାଟ୍ କରିଛନ୍ତି, ଯାହାର ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ ଯେ, ସାଂପ୍ରଦାୟିକ ଦଙ୍ଗାକୁ ଉସୁକାଇବା ଓ ଧାର୍ମିକ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ସୋମବାର ଦିନ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା । ଧାର୍ମିକ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଆଇପିସିର ଧାରା ୧୫୩ (ଜାଣିଶୁଣି ଦଙ୍ଗା ଉସୁକାଇବା) ଓ ୨୯୫କ ( ଧାର୍ମିକ ଭାବାବେଗକୁ ଆଘାତ ) ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା ।

ମଙ୍ଗଳବାର ଦିନ ଡିସିପି (ସାଇବର କ୍ରାଇମ) କେପିଏସ ମାଲହୋତ୍ରା ଦାବି କରିଛନ୍ତି ଯେ ଜୁବୈରଙ୍କ ଆକାଉଣ୍ଟ ବିଷୟରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଗତ ତିନି ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ଡିପୋଜିଟ ହୋଇଛି | ତେବେ ଏହି ଟଙ୍କା କିଏ ପଠେଇଛନ୍ତି ସେନେଇ ସବିଶେଷ ତଥ୍ୟ ମିଳିନଥିବାବେଳେ ଏହି ଟଙ୍କା ସନ୍ଦିଗ୍ଧ ସଂଗଠନଗୁଡ଼ିକର ଦାନ ଭାବରେ ଦେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି |

 

Spread the love