September 25, 2023

Satya News

odia news channel

ଦୁର୍ଭିକ୍ଷ ଯୋଗୁଁ ଲୋପ ପାଇବ କେନିଆର ଜିରାଫ ବଂଶ

 

ନାଇରୋବି: ଆଫ୍ରିକୀୟ ରାଷ୍ଟ୍ର କେନିଆର ଦୁର୍ଭିକ୍ଷ ସର୍ବବିଦିତ; ହେଲେ ଏଥିଯୋଗୁଁ ସୁନ୍ଦର ଓ ନିରୀହ ପ୍ରାଣୀ ଜିରାଫଙ୍କ ବଂଶ କ୍ରମଶଃ ଲୋପ ପାଇଯାଉଥିବା ଖବର ଚିନ୍ତା ଉଦ୍ରେକ କରିଛି। ଗତ ସେପ୍ଟେମ୍ବରରୁ କେନିଆର ଉତ୍ତରାଞ୍ଚଳରେ ସ୍ବାଭାବିକତାଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ଯୋଗୁଁ ବୃକ୍ଷଲତା ମରିଯାଇଛି ଓ ମାଟି ଶୁଷ୍କ ହୋଇଯାଇଛି। ଏହି ପ୍ରାଣୀ ଖାଦ୍ୟ ଓ ଜଳାଭାବ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଭିନ୍ନ ସ୍ଥାନରେ ପଡିଥିବା ଜିରାଫଙ୍କ ମୃତଦେହ ହୃଦୟ ବିଦାରକ ହୋଇଛି। ୱାଜିରସ୍ଥିତ ସାବୁଲି ସଂରକ୍ଷିତ ବନ୍ୟପ୍ରାଣୀ ଉଦ୍ୟାନ ଏବେ ମରୁଭୂମି ପରି ଦେଖାଯାଉଥିବାବେଳେ ଗୋଟିଏ ସ୍ଥାନରେ ୬ଟି ଜିରାଫଙ୍କ ମୃତଦେହ ପଡ଼ିଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବନ୍ୟପ୍ରାଣୀମାନେ ସଙ୍କଟରେ ପଡ଼ିଥିବା ସ୍ପଷ୍ଟ ହୋଇଛି। ଗୃହପାଳିତ ଜୀବ କିଛିଟା ଖାଦ୍ୟପାନୀୟ ପାଉଛନ୍ତି; କିନ୍ତୁ ବନ୍ୟପ୍ରାଣୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବନ୍ୟପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି। ବୋର୍‌-ଆଲ୍‌ଗି ଜିରାଫ ଅଭୟାରଣ୍ୟ ଅଧିକାରୀ ଇବ୍ରାହିମ୍‌ ଅଲି କହିଛନ୍ତି ଯେ ଏଠାରେ ଜିରାଫଙ୍କୁ ଖାଦ୍ୟ ଓ ଜଳ ମିଳୁ ନାହିଁ। ସେମାନଙ୍କ ଆବଶ୍ୟକତା ଅନୁସାରେ ମଧ୍ୟ କର୍ତ୍ତୃପକ୍ଷ ଏହା ଉପଲବ୍ଧ କରାଇପାରୁ ନାହାନ୍ତି। ସମ୍ପୃକ୍ତ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରାୟତଃ ବନ୍ଦ ହୋଇଯାଇଛି।

Spread the love