
ବ୍ରହ୍ମପୁର, ୩୧/୧୦ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ମାସ ସାରା ପାଳନ କରୁଛି ବିଜୁ ଜନତା ଦଳ। ବ୍ରହ୍ମପୁର ବିଜେଡି ତରଫରୁ ଟିକେ ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି କର୍ମୀ ।
ରବିବାର ଦଳର କର୍ମୀମାନେ ବିଜିପୁର ପୋଖରୀ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ସଫେଇ କାର୍ଯ୍ୟ ଏକ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ପୂର୍ବରୁ ରକ୍ତଦାନ ଶିବିର, ସଫେଇ କାର୍ଯ୍ୟକ୍ରମ ଭଳି ଅନ୍ୟାନ୍ୟ ଜନ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ