September 27, 2023

Satya News

odia news channel

ନୂଆପଡ଼ାରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବିତରଣ, ୪୭୯ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ-ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

 

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ  ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରିବା ସହ ଗ୍ରାମଞ୍ଚରେରେ ୧ଲକ୍ଷ ୬୩ ହଜାର ୭୦୬ ଜଣ ଓ ସହରାଞ୍ଚଳରେ ୮ ହଜାର ୯୩୪ ଜଣଙ୍କୁ ସ୍ମାର୍ଟ କାର୍ଟ ଦିଆଯିବ। ତାସହ ଜିଲ୍ଲାର ବିକାଶ ପାଇଁ ୪୭୯ କୋଟି ୮୯ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରାଯାଇଛି।

ସେହିପରି ସିନାପାଲି ବ୍ଳକରେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବୋଡ଼େନ ବ୍ଳକରେ ସ୍କୁଲ ଓ ଗଣଶିକ୍ଷକ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ, କୋମନା ବ୍ଳକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଖଡ଼ିଆଳ ଏନ୍ଏ‌ସିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଖରିଆର ରୋଡ଼ ଏନଏସିରେ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରହି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବିତିରଣ କରିଥିଲେ।

ଜିଲ୍ଲାରେ ୭୬ କୋଟି ୪୭ ଲକ୍ଷରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୧୧ କୋଟି ୨୧ ଲକ୍ଷ ଟଙ୍କାରେ ୩ଟି ସେତୁ, ୭ କୋଟି୭୫ ଲକ୍ଷରେ ଜିଲ୍ଲା ୫୭ ଗୋଟି ଗ୍ରାମ୍ୟ ଉନ୍ନୟନ ମହିଳା ଶିଶୁ ବିକାଶ ଏବଂ ମିଶନ ଶିକ୍ତି ଗୃହ ନିର୍ମାଣ ପ୍ରକଳ୍ପ ଉଦଘାଟନ କରାଯାଇଛି। ୩୫୬ କୋଟି ୯୮ ଲକ୍ଷ ଟଙ୍କାରେ ୪ଟି ରାସ୍ତା ଓ ସେତୁ ପ୍ରକଳ୍ପର, ୧୮ କୋଟି ୫୭ ଲକ୍ଷରେ ୩ଟି ନଗର ଉନ୍ନୟନ ବିଭାଗର ପ୍ରକଳ୍ପ, ୪ କୋଟି ୪୮ ଲକ୍ଷ ରେ ଶିକ୍ଷା ବିଭାଗର ପ୍ରକଳ୍ପ, ୩ କୋଟି୬୦ ଲକ୍ଷରେ ୧୫ଟି ମିଶନ ଶକ୍ତି ଗୃହ ନିର୍ମାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମୋଡରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Spread the love