
ରାଉରକେଲା : ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜ କାର୍ଯ୍ୟାଳୟର ନୂତନ କୋଠା ବୁଧବାର ଉଦଘାଟିତ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଭାସୀ ବ୍ୟବସ୍ଥାରେ ଏହାକୁ ଉଦଘାଟନ କରିଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ରେଞ୍ଜ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଗତ ଦିନରେ ଏହାର ଅଧିକାରୀ ଓ କର୍ମଚାରୀ ସମସ୍ତ ଆହ୍ୱାନର ସଫଳ ମୁକାବିଲା କରିଛନ୍ତି। ଏହି ସ୍ଥାୟୀ କାର୍ୟ୍ୟାଳୟ ବିଭାଗର କାର୍ୟ୍ୟକୁ ଅଧିକ କ୍ରିୟାଶୀଳ କରିବ ବୋଲି ମହାନିର୍ଦେଶକ କହିଥିଲେ । ପଶ୍ଚିମାଞ୍ଚଳ ପୁଲିସ ଡ଼ିଆଇଜି ଜୟ ନାରାୟଣ ପଙ୍କଜ ରେଞ୍ଜ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ୟ୍ୟକ୍ରମରେ ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଏସପି ସୁଯୋଗ୍ୟ ମିଶ୍ର ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ