
ବଣାଇ: ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ୍ ଲହୁଣୀପଡ଼ା ଥାନାର ପୋଇଗା ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଟ ସାରି ଅଟୋରେ ଗାଁକୁ ଫେରୁଥିବାବେଳେ ବାଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତକମାନେ ହେଲେ ମାଳତୀ କିସାନ(୫୫) ଓ ପ୍ରିୟଙ୍କା ସାହୁ(୧୮)। ସେମାନେ ବଣାଇରେ ହାଟ ସାରି ଅଟୋରେ ନିଜ ଗ୍ରାମ ପୋଇ ଓ ରାଇକଲା ପୋଷକୁ ଫେରୁଥିବାବେଳେ ଅଟୋ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଉଭୟ ଗାଡ଼ି ପରସ୍ପରକୁ ଧକ୍କା ଦେବା ପରେ ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଲୋକେ ବାହାରକୁ ଛିଟକି ପଡିଥିଲେ । ତୁରନ୍ତ ଦମକଳବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲା । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବଣାଇ ଡାକ୍ତରଖାନାରେ ଗୁରୁତରମାନଙ୍କର ଚିକିତ୍ସା ଚାଲିଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ