
ବାରମେର : ରାଜସ୍ଥାନର ବାରମେରରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗି ଯାଇ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହାସହ ଅନେକ ଲୋକେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ-ଟ୍ରକ ମୁହାମୁହିଁ ଧକ୍କା ପରେ ହଠାତ ବସରେ ନିଆଁ ଲାଗି ଯାଇଥିଲା। ଫଳରେ ଯାତ୍ରୀମାନେ ଗାଡିରେ ବାହାରିବା ପାଇଁ ସଙ୍ଗେ ସଙ୍ଗେ ସୁଯୋଗ ପାଇପାରିନଥିଲେ। ଘଟଣା ବିଷୟରେ ଖବର ପାଇ ସ୍ଥାନୀୟଲୋକେ,ପ୍ରଶାସନ,ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣା କାରଣରୁ ଉକ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ବ୍ୟାହତ ରାସ୍ତା ଜାମ ହୋଇଥିବା ନେଇ ସୂଚନା ମିଳିଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ