
ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ସହ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ ଦାବିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ ହୋଇସାରିଥିବ ବେଳେ ଏବେ ଘଟଣା ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାରେ ପୁଲିସ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଥିବା ବେଳେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠନ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିଷ୍କାର କରାଯାଇ ଗିରଫ କରିବାକୁ ଦାବି କରିଛି। ଏହି ସଂଗଠନର ବହୁସଂଖ୍ୟକ ସଦସ୍ୟସଦସ୍ୟାମାନେ ଆଜି ସକାଳୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ