
କିବ୍: ରୁଷୀୟ ସୈନିକମାନେ ୧୦ ବର୍ଷୀୟ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ମହିଳାମାନଙ୍କ ଶବରେ ଉତ୍ତପ୍ତ ଧାତବ ଚେଙ୍କ (ଦାଗ) ଦେଇଛନ୍ତି ବୋଲି ଆଜି ଟୁଇଟ୍ କରି ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କ୍ ଦାବି କରିଛନ୍ତି।
ନାବାଳିକାମାନଙ୍କର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିବା ବେଳେ ମହିଳାମାନଙ୍କ ଶରୀରରେ ‘ହୁକ୍ଡ୍ କ୍ରସ୍’ ଆକୃତିର ଚେଙ୍କ ଦାଗ ରହିଛି। ଭାରତୀୟ ସଙ୍କେତ ସହ ସାମଞ୍ଜସ୍ୟ ଥିବାରୁ ‘ହୁକ୍ଡ୍ କ୍ରସ୍’କୁ ସ୍ବସ୍ତିକ ମଧ୍ୟ କୁହାଯାଏ।
ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନିର୍ଯାତିତା ମହିଳାଙ୍କ ଶବ କହି ସେ ଗୋଟାଏ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ନିର୍ବାକ୍ ହୋଇଯାଇଛି। କ୍ରୋଧ, ଭୟ ଓ ଘୃଣାରେ ମୋ ମସ୍ତିଷ୍କ ସ୍ଥାଣୁ ହୋଇଯାଇଛି।
ସେହିପରି, ଆଉ ଜଣେ ୟୁକ୍ରେନୀୟ ସାଂସଦ କିରା ରୁଦିକ୍ ‘ଟାଇମ୍ସ୍ ରେଡିଓ’କୁ କହିଛନ୍ତି, ଗତକାଲି ମୁଁ ବୁଚାକୁ ଯାଇଥିଲି। ସେଠାରେ ମୁଁ ଯାହା ଦେଖିଲି, କଦାପି ଭୁଲି ପାରିବି ନାହିଁ। ରାସ୍ତାକଡ଼ରେ ଅନେକ ଶବ ପଡ଼ିଛି। ସେମାନଙ୍କୁ ହାତ ସବୁ ପଛଆଡୁଆ ବନ୍ଧାଯାଇଛି। ତାଙ୍କ ମୁଣ୍ଡ ପଛପଟେ ଗୋଟିଏ ଗୁଳିବିଦ୍ଧ ହୋଇଥିବାର କ୍ଷତ ଅଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳାଙ୍କ ଦଗ୍ଧ ଶବ ମଧ୍ୟ ପଡ଼ିଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ