September 28, 2023

Satya News

odia news channel

ଶିଶୁଙ୍କୁ ‌ଯୌନ ଶୋଷଣ ନେଇ ୩ ଜିଲ୍ଲାରେ ଚଢ଼ଉ କଲା ସିବିଆଇ

 

ଭୁବନେଶ୍ବର/ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଶିଶୁ ମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଶୋଷଣ କରୁଥିବା ଅଭିଯୋଗରେ ସିବିଆଇ ଆଜି ରାଜ୍ୟର ୩ଟି ଜିଲ୍ଲାର ୩ଟି ସ୍ଥାନରେ ଅତର୍କିତ ଭାବେ ଚଢ଼ଉ କରିଛି। ସିବିଆଇର ୫ ଜଣିଆ ଟିମ୍‌ ‌ଭଦ୍ରକ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ଚଢ଼ଉ କରିଛନ୍ତି। ସିବିଆଇର ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିଛନ୍ତି।

ମିଳିଥିବା ସୂଚନା ଅନୁସା ଆଜି ଅପରାହ୍ନରେ ସିବିଆଇ ଭ୍ରଦକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ବିନାୟକପୁର ଗ୍ରାମର ଅଟୋ ଚାଳକ ମନୋଜ ଦାସଙ୍କ ଘରେ ଚଢ଼ଉ କରିଛି। ସାମାଜିକ ଗଣମାଧ୍ୟମରେ ଶିଶୁ ମାନଙ୍କ ଅଶ୍ଳିଳ ଫଟୋ ଭାଇରାଲ୍ କରି ଶୋଷଣ କରୁଥିବା ଅଭିଯୋଗରେ ମନୋଜ ଦାସଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଚଢ଼ଉ ଚାଲିଛି।

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତର କେଉଟଲଗୁଆ ଗାଁରେ ସିବିଆଇ ଟିମର ଚଢଉ ହୋଇଛି। କେଉଟନଗୁଆ ଗାଁର ଅନିଲ ମାଝୀଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି। ଚଢଉ ଦଳରେ ସାମିଲ ଥିବା ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ତେବେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଏହି ଚଢାଉ ଚାଲିଥିବା ସୂତ୍ରରୁ ପ୍ରକାଶ।  ସେହିପରି ଢେଙ୍କାନାଳ ଜିଲ୍ଳା ମିଥୁନ ନାଏକଙ୍କ ଘରେ ସିବିଆଇ ଚଢ଼ଉ କରିଛି।

ସୂଚନାଯୋଗ୍ୟ, ଉପରୋକ୍ତ ୩ ଜଣ ବ୍ୟକ୍ତିଙ୍କ ନାଁରେ ଶିଶୁମାନଙ୍କ ବିରୋଧରେ ଯୌନ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହି କ୍ରମରେ ସିବିଆଇ ଟିମ୍‌ ଆଜି ଅତର୍କିତ ଭାବେ ଚଢ଼ଉ କରିଛନ୍ତି। ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ଉ ଜାରି ରଖିଛି।

Spread the love