September 21, 2023

Satya News

odia news channel

ସର୍ଦ୍ଦାର ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ଆଭ୍ୟନ୍ତର ଓ ବାହ୍ୟ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ ସକ୍ଷମ ହୋଇପାରିଛି: ମୋଦୀ

 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ମୋଦୀ କହିଛନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ବର୍ତ୍ତମାନ ଆଭ୍ୟନ୍ତର ଓ ବାହ୍ୟ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ ସକ୍ଷମ ହୋଇପାରିଛି। ସେ କହିଛନ୍ତି, ଭାରତ ଖାଲି ଭୌଗୋଳିକ ଦୃଷ୍ଟିକୋଣରୁ ଏକ ଦେଶ ନୁହେଁ, ଏହା ବଡ଼ବଡ଼ ଅବଧାରଣା, ଭାବନା, ସଭ୍ୟତା ଓ ସଂସ୍କୃତିରେ ପରିପୂର୍ଣ୍ଣ ଏକ ବିଶାଳକାୟ ଦେଶ। ସେ କହିଛନ୍ତି, ଏହି ମାଟିରେ ୧୩୫ କୋଟି ଭାରତୀୟ ବାସ କରୁଛନ୍ତି ଏବଂ ଦେଶ ମା’ ପାଇଁ ସେମାନଙ୍କର ଆତ୍ମା, ସେମାନଙ୍କର ସ୍ୱପ୍ନ ଓ ସେମାନଙ୍କର ଆକାଂକ୍ଷା ସବୁବେଳେ ଉଜ୍ଜୀବିତ ହୋଇ ରହିଛି।

ମୋଦୀ କହିଛନ୍ତି, ଗଣତନ୍ତ୍ରର ମୂଳଦୁଆ ଅତ୍ୟନ୍ତ ମଜବୁତ ହୋଇଥିବାରୁ ସମାଜର ବିକାଶ ଘଟିଛି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ମନୋଭାବ ସମୃଦ୍ଧ ହୋଇଛି। ସର୍ଦ୍ଦାର ପଟେଲ ସବୁବେଳେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେଉ ବୋଲି ସେ ଚାହିଁଥିଲେ ଏବଂ ସମସ୍ତେ ଉଦାର, ସଭ୍ୟ ଓ ଉନ୍ନତି ହାସଲ କରନ୍ତୁ ବୋଲି ତାଙ୍କର ଯେଉଁ ଇଚ୍ଛା ଥିଲା, ତାହା ଆଜି ଦେଶବାସୀ ପୂରଣ କରିବାରେ ସମର୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି।
Spread the love