
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସଦ୍ୟ ଅନୁଷ୍ଠିତ ସାମରିକ ସ୍ତରୀୟ କଥାବାର୍ତ୍ତା ବିଫଳ ହୋଇଥିବାବେଳେ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ତାହାର ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଏକ ସୂତ୍ରରୁ କୁହାଯାଇଛି ଯେ ଏଲଏସି ନିକଟରେ ଚୀନ ବିପୁଳ ସଂଖ୍ୟାରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି । ଏଲଏସି ଠାରୁ ୧ କିଲୋମିଟର ଦୂରରେ ଚୀନ କଂକ୍ରିଟ ନିର୍ମାଣ କରିଥିବା ଲକ୍ଷ୍ୟ କରାଯାଇଛି । ଏଥିରୁ ଚୀନ ସୀମାନ୍ତରେ ତାହାର ସୈନ୍ୟ ଓ ଯୁଦ୍ଧାସ୍ତ୍ରକୁ ସ୍ଥାୟୀ ଭାବରେ ରଖିବା ଯୋଜନା କରିଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏଲଏସି ନିକଟରେ ଚୀନ ତାହାର ଏକାଧିକ ବିମାନ ଘାଟୀ ନିର୍ମାଣ କରିବା ସହିତ ସେଠାରେ ଲଢୁଆ ବିମାନ ମୁତୟନ କରିସାରିଛି । ଚୀନର ଏଭଳି କାର୍ଯ୍ୟକଳାପ ଭାରତ ପାଇଁ ପୁଣି ଚିନ୍ତାର କାରଣ ହୋଇଛି ।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ