
କଟକ: ଏଣିକି ଭିଜିଲାନ୍ସ ବିଭାଗ ବାବଦରେ ସୂଚନା ପାଇବାକୁ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ଅଧୀନରେ ଆବେଦନ ଦାଖଲ କରିପାରିବେ | କାରଣ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ | ଆଉ ହାଇକୋର୍ଟଙ୍କ ରାୟ ପରେ ଆରଟିଆଇ ପରିସରକୁ ଭିଜିଲାନ୍ସ ବିଭାଗ ଆସିଛି
ହାଇକୋର୍ଟ କହିଛନ୍ତି ଯେ ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ | ସୂଚନା ଥାଉ କି ୨୦୧୬ରେ ଭିଜିଲାନ୍ସକୁ ଆରଟିଆଇ ବାହାରେ ରଖିଥିଲା ସାଧାରଣ ପ୍ରଶାସନ ବିଭାଗ | ଆଉ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ