ନୂଆଦିଲ୍ଲୀ,୧୮/୨: ସୁପ୍ରିମକୋର୍ଟ ସୋମବାର ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସରକାର ସେନାରେ ମହିଳା ଅଧିକାରୀଙ୍କୁ ପୁରୁଷ ଅଧିକାରୀଙ୍କ ସହ ସମାନ ର୍ୟାଙ୍କ୍ ପ୍ରଦାନ କରିବା ପାଇଁ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। ମହିଳାମାନେ ସେମାନଙ୍କର ଅଧିକାରରୁ ଯେପରି ବଞ୍ଚିତ ନହେବେ ସେଥିପାଇଁ ଏ କ୍ଷେତ୍ରରେ ସେମାନଙ୍କ ପ୍ରତି ରହିଥିବା ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ। ସେବା ଓ କାର୍ଯ୍ୟକାଳ ନିର୍ବିଶେଷରେ ସମସ୍ତ ମହିଳା ଅଧିକାରୀଙ୍କ ପାଇଁ ଏହି ସ୍ଥାୟୀ କମିଶନ କାର୍ଯ୍ୟକାରୀ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ସୂଚନାଯୋଗ୍ୟ, ଗତ ଫେବୃଆରୀ ୫ରେ ସର୍ବୋଚ୍ଚ ଅଦାଲତ ଏ ସମ୍ପର୍କିତ ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ସମସ୍ତ ପକ୍ଷଙ୍କୁ ସେମାନଙ୍କର ମତାମତ ଜଣାଇବାକୁ ନୋଟିସ୍ ଜାରି କରିଥିଲେ।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ