
ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟ କ୍ରମେ ଫେରାଇବା ପାଇଁ ରେଳବାଇର ପ୍ରୟାସର ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି ସଠିକ କରିବା। ଯେହେତୁ ସମସ୍ତ ନିୟମିତ ମେଲ୍ / ଏକ୍ସପ୍ରେସ ଟ୍ରେନ ସହିତ ବହୁତ ଗୁଡିଏ ପୁରୁଣା ଟ୍ରେନ୍ ନମ୍ବର ଓ ବିଶେଷ ଟ୍ରେନ ଇତ୍ୟାଦିକୁ ସଂଯୋଗ କରାଇବା ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍ କରାଇବା କାର୍ଯ୍ୟ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପର୍ଯ୍ୟାୟ କ୍ରମେ ସମ୍ପାଦନ କରିବାର ଯୋଜନା କରାଯାଇଛି ସେଥି ପାଇଁ ଟିକେଟ୍ ବୁକିଂ ସେବାଗୁଡିକର ପ୍ରଭାବକୁ ନିର୍ଭୁଲ କରିବା ପାଇଁ ଯତ୍ନର ସହିତ କ୍ରମାଙ୍କନ କରିବା ଇତ୍ୟାଦିକୁ ରାତି ସମୟରେ କାର୍ଯ୍ୟକାରୀ କରାଯାଏ।
ବର୍ତ୍ତମାନ ଟ୍ରେନ୍ ନମ୍ବର ଜିରୋ (ଶୂନ) ସହିତ ଆରମ୍ଭ ହେବ ନାହିଁ ଯାହାକି ବିଶେଷ ଟ୍ରେନମାନଙ୍କ ମୂଳ ନମ୍ବରରୁ ଆରମ୍ଭ କରାଯାଉଥିଲା। ସ୍ୱତନ୍ତ୍ର ଟ୍ରେନ୍ ନମ୍ବରକୁ ନିୟମିତ ଟ୍ରେନ୍ ନମ୍ବରରେ ରୂପାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି ଆଶା କରାଯାଉଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ