March 28, 2024

Satya News

odia news channel

ଓଡ଼ିଶା ଓପନ ବ୍ୟାଡମିଣ୍ଟନ: ଇତିହାସ ରଚିଲେ ଶ୍ବେତପର୍ଣ୍ଣା

 

କଟକ: ଓଡ଼ିଶା ବ୍ୟାଡମିଣ୍ଟନରେ ନୂଆ ଇତିହାସ ରଚିଛନ୍ତି ଶ୍ବେତପର୍ଣ୍ଣା ପଣ୍ଡା। ପ୍ରଥମ ଓଡ଼ିଆ ମହିଳା ବ୍ୟାଡମିଣ୍ଟନ ଖେଳାଳିଭାବେ ଶ୍ବେତପର୍ଣ୍ଣା ବିଡବ୍ଳୁଏଫ୍‌ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଛନ୍ତି। ବଡ ଭଉଣୀ ଋତୁପର୍ଣ୍ଣା ପଣ୍ଡା ଯାହା କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନଥିଲେ ସାନ ଭଉଣୀ ଶ୍ବେତପର୍ଣ୍ଣା ତାହା କରି ଇତିହାସ ରଚିଛନ୍ତି।ଓଡ଼ିଶା ସରକାର, ଜାତୀୟ ବ୍ୟାଡମିଣ୍ଟନ ମହାସଂଘ, ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଓଡ଼ିଶା ଓ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘର ମିଳିତ ସହଯୋଗରେ ଜବାହରଲାଲ ନେହରୁ ଇନଡୋର ଷ୍ଟାଡ଼ିୟମରେ ଚାଲିଥିବା ପ୍ରଥମ ବିଡବ୍ଲୁଏଫ୍‌ ଓଡ଼ିଶା ଓପନ ସୁପର-୧୦୦ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମିଶ୍ରିତ ବର୍ଗ ସେମିଫାଇନାଲରେ ଶ୍ବେତପର୍ଣ୍ଣା ପଣ୍ଡା ପ୍ରବେଶ କରିଛନ୍ତି।

ସେମିଫାଇନାଲରେ କୁଶଲ- ପ୍ରିୟାଂଶୁଙ୍କୁ, ଅଂଶୁଲ-କିରଣଙ୍କୁ ଭେଟିବେ। ମହିଳା ଯୁଗଳ ବର୍ଗ କ୍ବାର୍ଟର ଫାଇନାଲରେ ତ୍ରିଶା ଜୋଲି – ଗାୟତ୍ରୀ ପୁଲେଲା ଗୋପିଚାନ୍ଦ ଯୋଡ଼ି ୨୧-୭, ୨୧-୧୩ରେ ବୈଷ୍ଣବୀ କାଦରକର-ଏଲୋରା କୋନର ଯୋଡ଼ିଙ୍କୁ, ସାୟୋଙ୍ଗିତା ଘରପାଡେ-ଶ୍ରୁତି ମିଶ୍ରା ଯୋଡ଼ି ୨୧-୫, ୨୧-୭ରେ ଆତ୍ମାଜ୍ୟୋତି ରାୟବର୍ମନ-ସାମିଆ ସାହା ଯୋଡ଼ିଙ୍କୁ, ଅରୁଲ ବାର୍ଲା ରାଧାକ୍ରିଷ୍ଣନ-ନିତା ଭାଲୁଭାନ ଯୋଡ଼ି ୨୧-୧୧ ଓ ୨୧-୩ରେ ରୁଦ୍ରାଣୀ ଜସୱାଲ-ଜମଲ୍ଲାଦ୍ଦିନ ଅନେଶ କୌଶରଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

Spread the love