April 19, 2024

Satya News

odia news channel

କୌଣସି ଘୋଟାଲା ସହିତ ମୋର ସମ୍ପୃକ୍ତି ନାହିଁ, ମୁଁ ମରିଗଲେ ମଧ୍ୟ ଆତ୍ମସମର୍ପଣ କରିବି ନାହିଁ; ସଞ୍ଜୟ

 

ମହାରାଷ୍ଟ୍ର: ଇଡି ଜାଲରେ ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କ ଘରେ ଇଡି ଟିମ୍‍ ପହଞ୍ଚି ଥିବା ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଆଜି ସକାଳେ ସଞ୍ଜୟଙ୍କ ବାସଭବନରେ ପହଞ୍ଚିବା ସହ ସଞ୍ଜୟଙ୍କୁ କିଛି ପଚରାଉଚରା କରିଛନ୍ତି । ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟକୁ ଦୁଇ ଦୁଇ ଥର ଇଡି ସମନ କରିଥିଲା । ହେଲେ ସଞ୍ଜୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ତେଣୁ ଇଡି ତାଙ୍କ ବାସଭବନକୁ ଆସିଥିବା ଜଣାପଡ଼ିଛି । ଜୁଲାଇ ୨୭ ତାରିଖରେ ସଞ୍ଜୟଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା ।

ହେଲେ ସେ ହାଜର ହୋଇନଥିଲେ । ତେଣୁ ଇଡିି ତାଙ୍କ ଘରେ ପହଞ୍ଚିବା ସହ ତାଙ୍କୁ ପଚରାଉଚରା କରୁଛି । ସବୁଠାରୁ ବଡ଼ କଥା ହେଉଛି ସଞ୍ଜୟ ରାଉତ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ୍‍ କରି ତାଙ୍କ ପ୍ରତିକ୍ରିୟା ରଖିଥିବା ବେଳେ ସେ ଲେଖିଛନ୍ତି, କୌଣସି ଘୋଟାଲା ସହିତ ମୋର ସମ୍ପୃକ୍ତି ନାହିଁ । ବାଲାସାହେବ ଆମକୁ ଲଢ଼ିବା ଶିଖାଇଛନ୍ତି । ଏହି ଅଭିଯୋଗ ମିଥ୍ୟା । ମୁଁ କେବେ ଶିବସେନା ଛାଡ଼ିବି ନାହିଁ । ମୁଁ ମରିଗଲେ ମଧ୍ୟ ଆତ୍ମସମର୍ପଣ କରିବି ନାହିଁ ବୋଲି ସଞ୍ଜୟ କହିଛନ୍ତି ।

Spread the love