April 19, 2024

Satya News

odia news channel

ଘରୋଇ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଲିଙ୍ଗ ନିରୂପଣ ପାଇଁ ଜବରଦସ୍ତି ମଗାଯାଉଛି ଟଙ୍କା, ଥାନାରେ ପହଞ୍ଚିଲା ମାମଲା

 

ଭଦ୍ରକ ୩୦।୦୬: ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ଟଙ୍କା ମାଗିଥିବା ଅଭିଯୋଗ । ଏ ନେଇ ମହିଳା ଜଣକ ଥାନାରେ ଲିଖିତ ଏତଲା ଦେବା ପରେ ଏବେ ଲିଙ୍ଗ ନିରୂପଣକୁ ନେଇ ଘରୋଇ ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଭଦ୍ରକ ଜିଲ୍ଲାରୁ ଏମିତି ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନାରେ ଲିଖିତ ଏତଲା ଅନୁଯାୟୀ ସହରର ବାଇପାସ ନିକଟରେ ଥିବା ଏକ ଘରୋଇ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ବେଆଇନ ଭାବେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ଟଙ୍କା ମଗାଯାଇଛି । ବାସୁଦେବପୁର ଅଞ୍ଚଳର କୃଷ୍ଣାରାଣୀ ଦାସଙ୍କର ଦୀର୍ଘ ୮ ବର୍ଷ ପରେ ଗର୍ଭବତୀ ହୋଇଥିବା ବେଳେ କୋଭିଡ୍ କଟକଣା ପାଇଁ ଅଲଟ୍ରାସାଉଣ୍ଡ କରିବା ପାଇଁ ଭଦ୍ରକ ସହରର ବାଇପାସ ସ୍ଥିତ ଏକ ଘରୋଇ ଅଲଟ୍ରାସାଉଣ୍ଡ ସେଣ୍ଟରକୁ ଆସିଥିଲେ । ତେବେ ସେଠାରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ତାଙ୍କୁ ରିପୋର୍ଟ ଦିଆଯାଇନଥିଲା ।

ଅଲଟ୍ରାସାଉଣ୍ଡ ତରଫରୁ ତାଙ୍କ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ତାଙ୍କୁ ୫ ହଜାର ଟଙ୍କା ଦାବି କରିଥିଲେ । ପରେ ତାଙ୍କ ସ୍ଵାମୀ ଓ ଶ୍ଵଶୁର ଏହି ଘଟଣାକୁ ବିରୋଧ କରିବାରୁ ଅଲଟ୍ରାସାଉଣ୍ଡ ସେଣ୍ଟରର କର୍ମଚାରୀ ମାନେ ତାଙ୍କୁ ଧକ୍କା ଦେବା ସହ ଦୁର୍ବ୍ୟବହାର ହୋଇଥିବା ନେଇ କୃଷ୍ଣାରାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ସେହି ଅଲଟ୍ରାସାଉଣ୍ଡ ସେଣ୍ଟରକୁ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଅଲଟ୍ରାସାଉଣ୍ଡ ସେଣ୍ଟର ତରଫରୁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଦାୟିତ୍ଵରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ହୋଇ ପାରିନାହିଁ। ଅଲଟ୍ରାସାଉଣ୍ଡ ସେଣ୍ଟରର କର୍ମଚାରୀ କହିଛନ୍ତି ଯେ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ସେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ।

Spread the love