March 28, 2024

Satya News

odia news channel

ଦେଶରେ ଅଢ଼େଇ ଲକ୍ଷ ତଳକୁ ଖସିଲା କରୋନା ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ଅଢ଼େଇ ଲକ୍ଷ ତଳକୁ ଖସିଲା କରୋନା ଦୈନିକ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୩୫,୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନାରେ ୮୭୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୩,୩୫,୯୩୯ ଆକ୍ରାନ୍ତ । ଦେଶରେ କରୋନା ସକ୍ରିୟ ମାମଲା ରହିଛି ୨୦,୦୪,୩୩୩ । ସେହିପରି ଦେଶରେଦୈନିକ ପଜିଟିଭିଟି ହାର ରହିଛି ୧୩.୩୯% ।ଦେଶରେ ଏଯାଏ ୧,୬୫,୦୪,୮୭,୨୬୦ ଲୋକଙ୍କ ଟିକାକରଣ ହୋଇସାରିଛି ।

Spread the love