April 19, 2024

Satya News

odia news channel

ନୂଆ କୃଷି ନୀତି-୨୦୧୯କୁ କ୍ୟାବିନେଟ ମଞ୍ଜୁରୀ

ନୂଆ କୃଷି ନୀତି-୨୦୧୯କୁ କ୍ୟାବିନେଟ ମଞ୍ଜୁରୀ
ରାଜ୍ୟ ସରକାର କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ ନୂଆ କୃଷି ନୀତି-୨୦୧୯ ଆଣିଛନ୍ତି । କୃଷକଙ୍କ ଆୟ ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି ଲକ୍ଷ୍ୟରେ ପ୍ରଣୟନ କରାଯାଇ ଥିବା ଏହି କୃଷି ନୀତିକୁ ଡିସେମ୍ବର ୧୭ରେ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାର କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ ସହ ମୋଟ ୮ଟି ପ୍ରସ୍ତାବକୁ ଅନୁୁମୋଦନ କରିଥିବା ସେ କହିଛନ୍ତି ।

Spread the love