April 20, 2024

Satya News

odia news channel

ପାକ୍ ଆତଙ୍କବାଦୀଙ୍କ ରାଡାରରେ ପ୍ରଧାନମନ୍ତ୍ରୀ

ପାକ୍ ଆତଙ୍କବାଦୀଙ୍କ ରାଡାରରେ ପ୍ରଧାନମନ୍ତ୍ରୀ
ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍ ଆମ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିପାରେ । ଆସନ୍ତା ୨୨ ତାରିଖରେ ମୋଦି ଦିଲ୍ଲୀ ରାମଲୀଳା ମୈଦାନରେ ଭାଜପାର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ମେଗା ରାଲିରେ ତାଙ୍କ ଉପରେ ଆକ୍ରମଣ ପାଇଁ ମୌଲାନା ମାସୁଦ୍ ଆଝାରଙ୍କ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇପାରନ୍ତି । ଭାରତର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଉଭୟ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍ (ଏସ୍ ପି ଜି) ଏବଂ ଦିଲ୍ଲୀ ପୋଲିସ ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ସୂଚନାଯୋଗ୍ୟ, ମାସୁଦ୍ ଆଝାର ହେଉଛନ୍ତି ପଠାନକୋଟ ସମେତ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ, ଯାହାଙ୍କୁ ପାକିସ୍ତାନର ଇମ୍ରାନ୍ ସରକାର ଗେହ୍ଲାପୁଅ କରି ରଖିଛି ।
Spread the love