April 19, 2024

Satya News

odia news channel

ପୁଣି ବିଦେଶ ଗଲେ ରାହୁଲ

ଦକ୍ଷିଣ କୋରିଆରେ ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି, ସେ ଦକ୍ଷିଣ କୋରିଆ ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଲି ନାକ୍-ୟୋନ୍ଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ସାକ୍ଷାତ ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଭାରତରେ ନାଗରିକତା ଆଇନକୁ ନେଇ ବିବାଦ ଚାଲିଥିବାବେଳେ ସେ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି । ଆମେ ନିଜ ନିଜ ଦେଶର ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ସ୍ଥିତିକୁ ନେଇ ଆଲୋଚନା କରିଛୁ ବୋଲି ରାହୁଲ ଟୁଇଟ୍ କରିଛନ୍ତି । ସେ ଶେୟାର କରିଥିବା ଫଟୋରେ ବରିଷ୍ଠ କଂଗ୍ରେସ ନେତା ଶାମ୍ ପିତ୍ରୋଡା ମଧ୍ୟ ରହିଛନ୍ତି ।

Spread the love