April 16, 2024

Satya News

odia news channel

ବାଇକ ଦୁର୍ଘଟଣାରେ ଜଣେ ମୃତ ; ଜଣେ ଗୁରୁତର

 

ରେଢ଼ାଖୋଲ :ଶୁକ୍ରବାର ରାତିରେ ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥ ରେଢ଼ାଖୋଲ ଥାନା ମଧୁପୁର ଠାରେ ବାଇକ ଦୁର୍ଘଟଣାରେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ରେଢ଼ାଖୋଲ ଖନ୍ଦାଢିପ ସାହିର ଦେବାଶିଷ ନାୟକଅପିଙ୍କୁ (୩୦) ଏବଂ ଗୁରୁତର ଆହତ ହୋଇଥିବା ଯୁବକ ହେଲେ ବିକାଶ ସାମଲ (୨୯)ବୋଲି ଜଣାପଡିଛି ।
ସୂଚନା ଯୋଗ୍ୟ, ଶୁକ୍ରବାର ରାତିରେ ଏକ ବାଇକ ବୌଦ୍ଧ ରେଢ଼ାଖୋଲ ଆସୁଥିବା ବେଳେ ରାଜପଥର ମଧୁପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦେବାଶିଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବିକାଶ ଗୁରୁତର ଆହତ ହୋଇପଡିଥିଲେ ।  ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକ ଏବଂ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଉଭୟ ଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା କୁ ଆଣିଥିଲେ । ତେବେ ଦେବାଶିଷଙ୍କ ମୃତ୍ୟୁ ହୋଇଯାଥିବା ଡାକ୍ତର ଘୋଷଣା କରିଥିବା ବେଳେ ବିକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏଠାରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Spread the love