ସାଲେପୁର ୩୧।୦୮: ନଦୀରେ ବେଆଇନ୍ ଘେରିବନ୍ଧ ଉଚ୍ଛେଦ ଦାବିରେ ଚାଷୀଙ୍କ ରାସ୍ତାରୋକ । କଟକ ଜିଲ୍ଲା ସାଲେପୁର ବ୍ଲକ କୁଅଁରପାଳ ଆରଆଣ୍ଡବି ରାସ୍ତାରେ ରାଇସୁଙ୍ଗୁଡ଼ା ବଜାର ନିକଟରେ ରାସ୍ତାରୋକ ହୋଇଛି । ଯାହାଫଳରେ ଅନେକ ଗାଡିମୋଟର ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ଖବର ଅନୁଯାୟୀ, ଗୋବରୀ ନଦୀରେ ଘେରିବନ୍ଦ ଯୋଗୁଁ ରାଇସୁଙ୍ଗୁଡା, ପିକୋଳ, ଛାଣିପୁର, ସିଢୋ, ମିର୍ଜାପୁର ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି । ଯାହାଫଳରେ ଧାନ ଫସଲ ପାଣିରେ ବୁଡି କ୍ଷତି ଗ୍ରସ୍ତ ହୋଇଛି । ଘେରିବନ୍ଦ ଉଚ୍ଛେଦ ନେଇ ଆଗରୁ ସାଲେପୁର ତହସିଲଦାର ଓ ସାଲେପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଅବଗତ କରାଇଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟହୋଇ ଚାଷୀମାନେ ଧାରଣାକୁ ଓହ୍ଲାଇଛନ୍ତି ।ଶତାଧିକ ଚାଷୀ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ଓ ତହସିଲଦାର ପହଞ୍ଚିଥିଲେ । ରାସ୍ତା ଅବରୋଧ କରିଥିବା ଚାଷୀଙ୍କୁ ବୁଝାସୁଝା କରିବା ସହିତ ପାଞ୍ଚଦିନ ମଧ୍ୟରେ ଘେରିବନ୍ଦ ଉଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ରାସ୍ତାରୋକରୁ ଓହରିଥିଲେ ଚାଷୀ। ଯାହାଫଳରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।
More Stories
ରାତି ଗୋଟାଏରୁ ହେବ ମହାପ୍ରଭୁଙ୍କ ଦର୍ଶନ
Happy New Year Wishes-2024
ଆସନ୍ତାକାଲି ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ