March 28, 2024

Satya News

odia news channel

ମାଚ୍ୟୁରିଟି ପରେ ବି ଟଙ୍କା ଦେଉନି ସାହାରା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଜମାକାରୀ

 

ଭଦ୍ରକ ୩୧।୮: ନିଜ ସଞ୍ଚିତ ଅର୍ଥକୁ ସାହାରା କମ୍ପାନୀରେ ଜମା କରିଥିଲେ । କିନ୍ତୁ ମାଚ୍ୟୁରିଟି ପରେ ମଧ୍ୟ ଟଙ୍କା ଦେଉ ନାହାନ୍ତି କମ୍ପାନୀ ଅଧିକାରୀ । ବାରମ୍ବାର ଅଭିଯୋଗ ପରେ ଏବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜମାକାରୀ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି କେତେକ ଜମାକାରୀ । ଜମାକାରୀଙ୍କ ଅଭିଯୋଗ ଅନୁଯାୟୀ ସାହାରା କମ୍ପାନୀର ଭଦ୍ରକ ଶାଖାରେ ନିଜ ଅର୍ଜିତ ଟଙ୍କା ଜମା କରିଥିଲେ । ମାଚ୍ୟୁରିଟି ପରେ ଟଙ୍କା ପାଇଁ ଆସିବାରୁ ଶାଖା ତରଫରୁ ଟଙ୍କା ଦିଆଯାଉନାହିଁ । ବହୁ ଅଭିଯୋଗ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ହସ୍ତକ୍ଷେପ ଲୋଡିଛନ୍ତି ଜମାକାରୀ ।

Spread the love