March 19, 2024

Satya News

odia news channel

ରାଜ୍ୟରେ ପୁଣି ୭ ଜଣଙ୍କ ପ୍ରାଣ ନେଲା କରୋନା

 

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭ ଜଣଙ୍କ ପ୍ରାଣ ନେଇଛି କରେ।ନା । ଏହାକୁ ମିଶାଇ ରାଜ୍ୟରେ  କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭୮ରେ ପହଞ୍ଚିଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ପୁରୀ, ବାଲେଶ୍ୱର, ଜଗତ୍‌ସିଂହପୁର, ସମ୍ବଲପୁରରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଗତକାଲି ରାଜ୍ୟରୁ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread the love