April 19, 2024

Satya News

odia news channel

ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ

 

ଗଞ୍ଜାମରେ ସଂକ୍ରମଣ ବୃଦ୍ଧି ପରେ ବ୍ୟବସାୟୀ ସଂଘର ନିଷ୍ପତ୍ତି

  • ଗଞ୍ଜାମ ଜିଲ୍ଲାରେ ବନ୍ଦ ରହିବ ଦୋକାନ ବଜାର
  • କରୋନା ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ
  • ହରାଞ୍ଚଳରେ ଦ୍ୱିପହର ୨ଟାରୁ ସକାଳ ୫ଟା ଯାଏ ବନ୍ଦ ରହିବ ବଜାର
  • ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘର ବଡ଼ ନିଷ୍ପତ୍ତି
  • ମେ ୯ ଯାଏଁ ବଳବତ୍ତର ରଖିବାକୁ ଜିଲ୍ଲାପାଳଙ୍କ ନିବେଦନ

ବ୍ରହ୍ମପୁର : ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ । କରୋନା ମାମଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଦ୍ୱିପହର ୨ଟାରୁ ୫ ଟା ଯାଏ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳର ଦୋକାନ ବଜାର । ଆସନ୍ତା ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ । ଏହି ଅବଧି ଯାଏଁ ଜିଲ୍ଲାର ସହରାଞ୍ଚଳରେ ଦୋକାନ ସମେତ ବଜାର ବନ୍ଦ ରହିବ । ତେବେ  ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ଜିଲ୍ଲାପାଳ ସ୍ୱାଗତ କରିଛନ୍ତି । ସେହିପରି ଲୋକମାନଙ୍କୁ ଏନେଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ସେପଟେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ଅନଲାଇନରେ ଆରମ୍ଭ ହେବ ପଞ୍ଜୀକରଣ । ଅପରାହ୍ନ ୪ଟାରୁ ଟିକା ପଞ୍ଜୀକରଣ ଆରମ୍ଭ ହେବ । ଟିକାକରଣ ପାଇଁ କୋୱିନ୍ ପୋର୍ଟାଲରେ କରିହେବ ପଞ୍ଜୀକରଣ । ଆରୋଗ୍ୟ ସେତୁ ଓ ଉମଙ୍ଗ ଆପରେ ବି ହୋଇପାରିବ ପଞ୍ଜୀକରଣ । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ ।  ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।  ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅର୍ଡର ଦେଇସାରିଛି । କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି ।

ସେହିପରି ରାଜ୍ୟରେ ଆଜି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରୁ ୮୩୮୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି।

Spread the love