April 20, 2024

Satya News

odia news channel

ମାର୍ଚ୍ଚ ୩ରୁ +୨ ଥିଓରି ପରୀକ୍ଷା

ଭୁବନେଶ୍ୱର,୨୮/୧୨: ମାର୍ଚ୍ଚ ୩ରୁ ଆରମ୍ଭ ହେବ +୨ ଥିଓରି ପରୀକ୍ଷା। ଏ ନେଇ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, +୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ। ସେହିପରି +୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ୨୬ ତାରିଖ ଯାଏ ଏବଂ କଳା ପରୀକ୍ଷା ମାର୍ଚ୍ଚ ୪ରୁ ୨୭ ଯାଏ ଚାଲିବ। ମାର୍ଚ୍ଚ ୧୬ରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ଗୋଟାଏ ଯାଏ ପରୀକ୍ଷାଗୁଡ଼ିକ ଚାଲିବ। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୭ରୁ ଆରମ୍ଭ ହୋଇ ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ୩ ଲକ୍ଷ ୪୯ ହଜାର ୧୫୪ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ୯୭ହଜାର ୫୩୬, ବାଣିଜ୍ୟରେ ୨୫ହଜାର ୭୭୦ଜଣ, କଳାରେ ୨ ଲକ୍ଷ ୧୮ ହଜାର ୮୩୧ଜଣ ଏବଂ ଧନ୍ଦାମୂଳକରେ ୭ହଜାର ୧୭ଜଣ ଛାତ୍ରଛାତ୍ରୀ ସାମିଲ ଅଛନ୍ତି।

Spread the love