April 25, 2024

Satya News

odia news channel

୨୦୨୦: ଭରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ଭବିଷ୍ୟବାଣୀର ସତ ଜାଣନ୍ତୁ……. ନୂଆବର୍ଷର ଏହି ତାରିଖରେ ହେବ ଯୁଦ୍ଧ?

୨୦୨୦: ଭରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ଭବିଷ୍ୟବାଣୀର ସତ ଜାଣନ୍ତୁ

ସମ୍ପ୍ରତି ଦେଶ ଦୁନିଆର ଅନେକ ଲୋକ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏହି ଆଶଙ୍କାକୁ ନେଇ ଜ୍ୟୋତିଷ ଓ ଭବିଷ୍ୟତ ବକ୍ତା ନିଜ ନିଜ ୟୁଟୁ୍ୟବ ଚ୍ୟାନେଲ ଅଥବା ସୋସିଆଲ ମିଡିଆ ଆକାଉଣ୍ଟ / ପେଜକୁ ଚମକାଇବା ପାଇଁ ଯୁଦ୍ଧର ତାରିଖ ମଧ୍ୟ ସ୍ଥିର କରିବାରେ ଲାଗିଛନ୍ତି । ପ୍ରତିବର୍ଷ ଯୁଦ୍ଧ ହେବାର ଭବିଷ୍ୟବାଣୀ କରାଯାଏ । କିନ୍ତୁ ଯୁଦ୍ଧ ହୁଏ ନାହିଁ । ହଁ ସର୍ଜିକାଲ ଷ୍ଟ୍ରାଇକ ଭଳି କିଛି ନିଶ୍ଚିତ ଭାବେ ହୋଇଥାଏ । ତେବେ ଏହି ଭବିଷ୍ୟବାଣୀଗୁଡ଼ିକର ସତ୍ୟାସତ୍ୟ କେତେ ତାହା କେହି ଜାଣନ୍ତି ନାହିଁ । ଭବିଷ୍ୟତର ଗର୍ତରେ କ’ଣ ଲୁଚି ରହିଛି ତାହା ମଧ୍ୟ କାହାକୁ ଜଣାନାହିଁ । ଆସନ୍ତୁ ଆଜି ଆମେ ବି କିଛି ଜାଣିନେବା ଭବିଷ୍ୟବାଣୀ ସମ୍ପର୍କରେ ।
୧. ଆମେରିକାର ଚିନ୍ତା: ଜମ୍ମୁ ଓ କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକୀୟ ଏଜେନ୍ସୀ ପରମାଣୁ ଯୁଦ୍ଧର ଭବିଷ୍ୟବାଣୀ କରିଦେଇଛି । ଆମେରିକାର ୟୁନିଭର୍ସିଟି ଅଫ୍ କୋଲୋରାଡୋ ବୋଲ୍ଡର ଓ ରଟଗର୍ସ ୟୁନିଭର୍ସିଟି ମିଳିତ ଭାବେ ଅଧ୍ୟୟନ କରି କହିଛନ୍ତି ଯେ ଆଗାମୀ ଦିନରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବ ଏବଂ ୨୦୨୫ ପର୍ଯ୍ୟନ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ପରମାଣୁ ଯୁଦ୍ଧ ହୋଇପାରେ । ଏହି ଯୁଦ୍ଧରେ ପ୍ରାୟ ୧୨ କୋଟି ଲୋକଙ୍କ ମୃତୁ୍ୟ ଘଟିବ ।
୨. ପାକିସ୍ତାନର ଭୟ: ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରାଶିଦ ଅହମଦ ଅଗଷ୍ଟରେ କହିଥିଲେ ଯେ ଡିସେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ସେ ଜାଣିପାରଛନ୍ତି । କଶ୍ମୀର ପାଇଁ ଏବେ ଅନ୍ତିମ ଲଢ଼େଇର ସମୟ ଆସିଯାଇଛି । ଆମ ପାଖରେ ସବୁ ପ୍ରକାର ଆଣବିକ ଅସ୍ତ୍ର ରହିଛି, ଏହା ଭାରତ ଭୁଲିଯିବା ଅନୁଚିତ ।
୩. ଜ୍ୟୋତିଷମାନଙ୍କ ଭ୍ରମ: ଏପରି ବୟାନବାଜି ଶୁଣିବା ପରେ ଜ୍ୟୋତିଷମାନଙ୍କ କାନ ବି ଠିଆ ହୋଇଯାଏ । ସେମାନେ ନିଜ ନିଜ ତରିକାରେ ଯୁଦ୍ଧର ତାରିଖ ବାହାର କରିବାରେ ଲାଗିପଡ଼ନ୍ତି । କେହି ଦୁଇଦେଶର କୁଣ୍ଡଳୀ ଘାଣ୍ଟିବାରେ ଲାଗିଛନ୍ତି ତ ଆଉ କିଏ ଗ୍ରହଗୁଡ଼ିକର ପରିବର୍ତ୍ତନ ଆଧାରରେ ଭବିଷ୍ୟବାଣୀ କରୁଛନ୍ତି ଯେ ନିଶ୍ଚିତ ଭାବେ ୨୦୨୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ଏବଂ ପାକିସ୍ତାନ ଖଣ୍ଡବିଖଣ୍ଡିତ ହୋଇଯିବ ।
୪. ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ: ନାସ୍ତ୍ରେଦମସ ବିଶେଷଜ୍ଞମାନେ ପୁଣି ଥରେ ୧୦୦ ସେଞ୍ଚୁରୀ ପଢ଼ି କହୁଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଚୀନ ଖୋଲାଖୋଲି ଭାବେ ପାକିସ୍ତାନ ସପକ୍ଷରେ ବାହାରିବ । ଏହିପରି ଭାବେ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀକୁ ସାରା ଦୁନିଆରେ ଲୋକେ ଆଗ୍ରହର ସହିତ ପଢ଼ୁଛନ୍ତି । ଏହା ସୋସିଆଲ ମିଡିଆ ଓ ଇଣ୍ଟରନେଟରେ ଲୋକପ୍ରିୟ ହୋଇଗଲାଣି । କୁହାଯାଉଛି ଯେ ଯଦି ଚୀନ ପାକିସ୍ତାନ ସପକ୍ଷରେ ବାହରିବ ତେବେ ଇସ୍ରାଏଲ, ଆମେରିକା ଓ ଫ୍ରାନ୍ସ ଭାରତକୁ ସମର୍ଥନ କରି ଆଗକୁ ଆସିଯିବେ । ସୋସିଆଲ ମିଡିଆରେ ଭାଇରାଲ ମେସେଜ ଅନୁସାରେ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ଅନୁଯାୟୀ ପାକିସ୍ତାନ ଓ ଚୀନ ମିଳିତ ଭାବେ ଭାରତୀୟ ସୀମାରେ ଆକ୍ରମଣ କରିବେ । ଏହି ଦୁଇଦେଶର ସେନା ଗଙ୍ଗା ମୁହାଣ ପର୍ଯ୍ୟନ୍ତ ପହଞ୍ଚôଯିବେ । ନାସ୍ତ୍ରେଦମସଙ୍କ ଅନୁସାରେ ତୃତୀୟ ବିଶ୍ୱଯୁଦ୍ଧର ଶେଷ ଲଢ଼େଇ ଗଙ୍ଗାନଦୀ କୂଳରେ ଲଢ଼ାଯିବ । ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଉଛି ଯେ ନାସ୍ତ୍ରେଦମସଙ୍କ ଅନୁସାରେ ଥାର୍ଡ ୱାର୍ଲ୍ଡ ୱାର ୨୦୧୨ରୁ ୨୦୨୫ ମଧ୍ୟରେ ହେବ ।

୫. ଭାରତ-ପାକ୍ ଜାତକ: କେତେକ ଜ୍ୟୋତିଷଙ୍କ ମତରେ ଗ୍ରହଗୁଡ଼ିକର ଚଳନ ବର୍ଷ ୨୦୨୦ର ମାର୍ଚ୍ଚରୁ ଜୁନ ମଧ୍ୟ ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସୀମିତ ଯୁଦ୍ଧର ସଙ୍କେତ ଦେଉଛି । ୨୦୧୯ ଅକ୍ଟୋବର ୧୦ରୁ ନେଇ ନଭେମ୍ବର ୧୮ ପର୍ଯ୍ୟନ୍ତ ଗ୍ରହଗୁଡ଼ିକର ଚଳନ ଏପରି ହେବ ଯେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ । ଡିସେମ୍ବର ଶେଷ ଯାଏ ପାକିସ୍ତାନରେ ସେନା କ୍ଷମତାକୁ ନିଜ ହାତକୁ ନେଇଯିବ । ୨୦୨୦ ସୁଦ୍ଧା ପାକିସ୍ତାନ ୩ ଖଣ୍ଡ ହୋଇଯିବ । ଏମିତି ହେଲେ ଭାରତ ବିରୋଧରେ ପାକିସ୍ତାନ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବ । ୨୦୧୯ ଅଗଷ୍ଟ ୧୫ରୁ ୨୦୨୦ ଜାନୁୟାରୀ ୨୫ ପର୍ଯ୍ୟନ୍ତ କଠିନ ସମୟ ରହିଛି । ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ବୁଧ ଓ ଗୁରୁର ପ୍ରଭାବ ରହିବ । ଏଥିଯୋଗୁ ଚୀନ ଭାରତକୁ ହଇରାଣ କରିବ । ବୁଧ ଓ ମଙ୍ଗଳ ଯୋଗରୁ ସମୟ ଖରାପ ହେବ । ବର୍ତ୍ତମାନ ଭାରତର ଜାତକରେ ଚନ୍ଦ୍ରମାରେ ଗୁରୁ ଦଶା ଚାଲିଛି । ଏହି ପ୍ରଭାବ ଚଳିତବର୍ଷ ଡିସେମ୍ବର ମଧ୍ୟ ଯାଏ ରହିବ । ଗୁରୁ ଲାଭ ଓ ଅଷ୍ଟମ ଭାବର ଅଧିପତି ହୋଇ ଶତ୍ରୁଙ୍କ ଷଷ୍ଠ ଭାବରେ ତୁଳା ରାଶିରେ ଅବସ୍ଥାନ କରୁଛି । ଗୁରୁର ଏହି ଅନ୍ତର୍ଦ୍ଦଶାରେ ଭାରତ ରାଜନୈତିକ ମଞ୍ଚଗୁଡ଼ିକରେ ବିଶ୍ୱ ସମୁଦାୟ ଆଗରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିଦେବ । ମାର୍ଚ୍ଚ ୨୩ରେ ବୃଷ ରାଶିରେ ମଙ୍ଗଳ ପ୍ରବେଶ କରିବ । ଏହାର ୧୫ ଦିନ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଅନ୍ୟ କୌଣସି ଆକ୍ରମଣ କରିବ । ଏଥିରେ ବଡ଼ ବଡ଼ ଆତଙ୍କବାଦୀ ସଫା ହୋଇପାରନ୍ତି । ପରେ ଏପ୍ରିଲ-ମେ’ ମାସରେ ମଙ୍ଗଳ ଓ ଶନିଙ୍କ ସମସପ୍ତକ ଯୋଗ ତଥା ଜୁଲାଇ ଓ ଡିସେମ୍ବରରେ ପଡ଼ୁଥିବା ବଡ଼ ଗ୍ରହଣ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାକୁ ଟାଣିନେବ । ଏପ୍ରିଲ, ମେ, ଜୁଲାଇ ଓ ଡିସେମ୍ବର ମାସରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିବ । ଡିସେମ୍ବର ତ ବିତିଯାଇଛି ଆଉ ୟା ଭିତରେ ଭାରତରେ ଅନେକ ଏପଟ ସେପଟ ଘଟଣା ଘଟିଛି । ସେପଟେ ପାକିସ୍ତାନର ଜାତକ ଅନୁସାରେ ବର୍ତ୍ତମାନ ୨୦୨୦ରେ ଶନିରେ ମକର ରାଶିରେ ଅବସ୍ଥାନ କାରଣରୁ ଅଷ୍ଟମ ଶନି ଦୃଷ୍ଟି ହେତୁୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିବାର ଯୋଗ ସୃଷ୍ଟି ହେଉଛି । ଶୁକ୍ର-ଗୁରୁ ଓ ଶନିର ମାରକ ଭାବ ସମ୍ପର୍କିତ ଖରାପ ଦଶା ଏବଂ ୨୦୨୦-୨୦୨୧ରେ ଅଷ୍ଟମ ଶନିର କୋପଦୃଷ୍ଟି ହେତୁ ପାକିସ୍ତାନର ଅସ୍ତିତ୍ୱ ଉପରେ ବଡ଼ ବିପଦ ସୃଷ୍ଟି ହେବ । ଏହି ଯୋଗର ପ୍ରଭାବରେ ୧୯୭୧ରେ ପାକିସ୍ତାନ ଥରେ ବିଭାଜିତ ହୋଇସାରିଛି ।
୬. ଗ୍ରହ ପରିବର୍ତ୍ତନରୁ ହେବ ଯୁଦ୍ଧ: ଭାରତୀୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରକୃତ ବିଶେଷଜ୍ଞଙ୍କ ସଂଖ୍ୟା ନଗଣ୍ୟ । ଜ୍ୟୋତିଷବିଦ୍ୟା ଅନୁସାରେ ଯେବେ ବି ସୂର୍ଯ୍ୟପରାଗ ହେବାକୁ ଥାଏ ତା’ର କିଛିଦିନ ପୂର୍ବରୁ ଭୂକମ୍ପ, ଝଡ଼ ଆସିଥାଏ ଏବଂ ସମାଜରେ ଜନଆନେ୍ଦାଳନର ଭାବନା ସୃଷ୍ଟି ହୋଇଥାଏ । ଯଦି ପୂର୍ବରୁ ହୋଇ ନଥାଏ ତେବେ ସୂର୍ଯ୍ୟପରାଗର କିଛିଦିନ ପରେ ହେଲେ ହୋଇଥାଏ । ଅନ୍ୟପକ୍ଷେ ଚନ୍ଦ୍ରଗ୍ରହଣ ବେଳେ ମଧ୍ୟ ଲୋକଙ୍କ ମନ ବିଚଳିତ ହେବା ସହ ହତ୍ୟା ବା ଆତ୍ମହତ୍ୟାର ଭାବନା ଜାଗ୍ରତ ହୋଇଥାଏ । ସାମୁଦ୍ରିକ ଝଡ଼ ଓ ଭୂକମ୍ପର ଜନ୍ମ ହୋଇଥାଏ । ସେହିପରି କେଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କଲେ ବା ଅନ୍ୟ ଗ୍ରହ ଉପରେ ଅତିକ୍ରମ କଲେ ଧରାପୃଷ୍ଠରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ତାହା କେଉଁ ପ୍ରକାର ପରିବର୍ତ୍ତନ ହେବ ସେନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଥାଏ ।
୭. ନୂଆ ତାରିଖ: ସୋସିଆ ମିଡିଆରେ ଭାଇରାଲ ହେଉଥିବା ମେସେଜ ମୁତାବକ ଏବେ ଯୁଦ୍ଧର ଏକ ନୂଆ ତାରିଖ ସାମ୍ନାକୁ ଆସିଛି । ତାହା ହେଉଛି ୨୦୨୦ ଅଗଷ୍ଟ ୧୭ । କିନ୍ତୁ କିଛି ଲୋକ ତରବରିଆ ଭାବେ ଯୁଦ୍ଧର ତାରିଖ ବତାଇବାରେ ଲାଗିଛନ୍ତି । ମୋଟାମୋଟି ଭାବେ ୨୦୨୦ରେ ଯୁଦ୍ଧ ହେବ, ଯାହା ଫଳରେ ପାକିସ୍ତାନ ଖଣ୍ଡବିଖଣ୍ଡିତ ହୋଇଯିବ ଏବଂ ଯୁଦ୍ଧ ପରେ ଭାରତକୁ ସଜାଡ଼ିବା ଲାଗି ପ୍ରାୟ ବର୍ଷେ ଲାଗିଯିବ । ଏହି ଅବଧି ମଧ୍ୟରେ ଅର୍ଥ ବ୍ୟବସ୍ଥା ଅତି ଖରାପ ସ୍ଥିତିକୁ ଚାଳିଯିବ । ଅନେକ ଜ୍ୟୋତିଷଙ୍କ ମତରେ ମୋଦି ସରକାର-୨ ନିଜ ଅଢ଼େଇ ବର୍ଷର ଶାସନ କାଳରେ ବହୁ ବଡ଼ ବଡ଼ ନିଷ୍ପତ୍ତି ନେବେ । ଏଥିଯୋଗୁ ଦେଶ ଓ ବିଶ୍ୱରେ ପରିବର୍ତ୍ତନ ଦେଖିବାକୁ ମିଳିବ । କାରଣ ଏହି ସମୟରେ ଧନୁ ରାଶିରେ ବୁଧ, ମଙ୍ଗଳ ଓ ଶନିଙ୍କ ଦୃଷ୍ଟିର ପରିବର୍ତ୍ତନ ଦେଶକୁ ବଦଳାଇଦେବ ।

Spread the love