ନାଶିକ୍,୨୯/୧: ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାରେ ମଙ୍ଗଳବାର ଏକ ବସ୍ କୂଅ ଭିତରକୁ ଖସିପଡ଼ିବାରୁ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଅନେକ ଗୁରୁତର ଭାବେ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ସୂଚନାନୁଯାୟୀ, ଏହି ବସ୍ ମଙ୍ଗଳବାର ଅପରାହ୍ଣରେ ମାଲେଗାଓଁରୁ କଲ୍ୱାଁ ଦିଗକୁ ଯାଉଥିବାବେଳେ ଏକ ଅଟୋ ରିକ୍ସା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବା ସହ ବସ୍ଟି କୂଅ ଭିତରକୁ ଖସିପଡ଼ିଥିଲା। କୂଅଟି ୭୦ ଫୁଟ ଗଭୀର ବୋଲି କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ସାମ୍ନାର ସୂଚନାନୁଯାୟୀ, ବସ୍ଟି କଲୱାଁ ବସ୍ ଡିପୋର ହୋଇଥିବାବେଳେ ଏହା ଧୁଲେରୁ କଲ୍ୱାଁ ଯାଉଥିଲା। ମେଶି ଫାଟାଠାରେ ବସ୍ଟି ଦେଓଲାରୁ ମାଲେଗାଓଁ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍ରେ ୩୫ ଜଣ ଯାତ୍ରୀ ଥିଲାବେଳେ ଅଟୋରେ ୭ ଜଣ ଥିଲେ ବୋଲି କୁହାଯାଉଛି। ପୋଲିସ ଏବଂ ପୌର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ର ଏମର୍ଜେନ୍ସି ଏକ୍ଜିଟ୍ ଦେଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ