March 24, 2023

Satya News

odia news channel

୨୪ ଘଣ୍ଟାରେ କରୋନା ନେଲା ୧୪ ଜୀବନ

 

ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଗତକାଲି  ୧୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୭୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ମୟୂରଭଞ୍ଜ ଓ ଭୁବନେଶ୍ୱରର ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

ସୂଚନାଥାଉକି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ଏପରି କି ଲୋକାଲ କଣ୍ଟାକ୍ଟ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।  ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯  ପଜିଟିଭ ଚିହ୍ନଟ ହୋଇଛନ୍ତି।

Spread the love