March 29, 2024

Satya News

odia news channel

୬୧ ହଜାର କିଲୋମିଟର ଯାତ୍ରାକରି ସହିଦଙ୍କ ଘରୁ ମାଟି ସଂଗ୍ରହ କଲେ ଗାୟକ

ନୂଆଦିଲ୍ଲୀ,୧୫/୨: ପୁଲୱାମା ଆତଙ୍କୀ ହମ୍‌ଲାରେ ପ୍ରାଣବଳି ଦେଇଥିବା ୪୦ ଯବାନଙ୍କ ଘରକୁ ଘର ବୁଲି ବେଙ୍ଗାଲୁରୁର ଗାୟକ ଉମେଶ ଗୋପୀନାଥ ଯାଦବ ଇତିମଧ୍ୟରେ ୬୧ ହଜାର କିଲୋମିଟର ଯାତ୍ରା କରି ମାଟି ସଂଗ୍ରହ କରିଛନ୍ତି। ସବୁ ମାଟିକୁ ଗୋଟିଏ ପାତ୍ରରେ ସାଇତି ରଖି ଶୁକ୍ରବାର ସେ ସିଆର୍‌ପିଏଫ୍‌ର ଲେଥପୁରା ଶିବିରକୁ ହସ୍ତାନ୍ତର କରିଛନ୍ତି। ଲେଥପୁରାସ୍ଥିତ ସହିଦ ସ୍ମାରକୀ ପୀଠରେ ଉକ୍ତ ପାତ୍ର ଶୋଭାପାଇବ। ଏହି ଅବସରରେ ଗାୟକ ଯାଦବ ତାଙ୍କର ଅଙ୍ଗେ ଲିଭା କଥା କହିଛନ୍ତି। ସେ ସହିଦଙ୍କ ବାପା ମା’ଙ୍କଠାରୁ ଆଶୀର୍ବାଦ ଲାଭ କରିବା ସହ ସହିଦଙ୍କ ବିଧବା ପତ୍ନୀଙ୍କ ଆଖିର ଲୁହକୁ ଦେଖି ନିଜେ କାନ୍ଦିଛନ୍ତି। ଏହି କାର୍ଯ୍ୟ ପାଇଁ ସେ କୌଣସି ବ୍ୟକ୍ତି ଅବା ଅନୁଷ୍ଠାନର ସାହାଯ୍ୟ ଲୋଡ଼ିନାହାନ୍ତି। ସହିଦଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ବୋଲି ଗଣମାଧ୍ୟମ ଆଗରେ ଯାଦବ କହିଛନ୍ତି।

Spread the love