March 29, 2024

Satya News

odia news channel

ଆହତ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ମାର୍ସ କରିବେ ଓପନିଂ !

 

ସିଡନୀ :   ଭାରତ ବିପକ୍ଷରେ ଆଡିଲେଡରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ । ଡିସେମ୍ବର ୧୭ ତାରିଖରୁ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ଟେଷ୍ଟ୍ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଦମଦାର ବ୍ୟାଟସମ୍ୟାନ୍ ସନ୍ ମାର୍ସ ଓପନିଂ କରିପାରନ୍ତି ବୋଲି କହିଛନ୍ତି ଦଳର କୋଚ୍ ଜଷ୍ଟିନ୍ ଲାଙ୍ଗର୍ ।

ଦଳର ପ୍ରମୁଖ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଆହତ ହୋଇଛନ୍ତି । ତେଣୁ ସେ ପ୍ରଥମ ଟେଷ୍ଟ ଖେଳୁ ନାହାଁନ୍ତି । ଫଳରେ ଦଳର ଓପନିଂ କିଏ କରିବ ତାକୁ ନେଇ ଚିନ୍ତା ବଢିଥିଲା । ଏହାକୁ ନେଇ ଦଳରେ ଅନେକ ବିଚାରବିମର୍ଶ ମଧ୍ୟ ହୋଇଛି ।

୩୭ ବର୍ଷୀୟ ମାର୍ସ ଅଷ୍ଟ୍ରେଲିଆ ପାଇଁ ଜୁନ ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଚ ମ୍ୟାଚ୍ ଖେଳିଥିଲେ । ଏହାସହ ଗତ ବର୍ଷ ସିଡନୀରେ ସେ ଭାରତ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ।

ଲାଙ୍ଗର୍ କହିଛନ୍ତି ଯେ, ବୟସ ଅଧିକ ପାଇଁ କାହା ସହ ପକ୍ଷପାତିତା କରାଯିବ ନାହିଁ । ମାର୍ସ ନିଜକୁ ପ୍ରମାଣିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ସୋଫିଲ୍ଡ ସିଲ୍ଡରେ ସେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ତେଣୁ ସେ ଓପନିଂ କରିପାରନ୍ତି ।

ମାର୍ସ ସୋଫିଲ୍ଡ ସିଲ୍ଡରେ ୪ଟି ମ୍ୟାଚରୁ ତିନୋଟି ଶତକ ଲଗାଇଥିଲେ । ଆଡିଲେଡରେ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ ପିଙ୍କ ବଲରେ ଖେଳାଯିବ ।  ଉଭୟ ଦଳ ଚାରୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବେ ।

Spread the love