ମୁମ୍ବାଇ,୧୯/୧: ବଲିଉଡର କିଙ୍ଗଖାନ ଶାହରୁଖ ଇନଷ୍ଟାଗ୍ରାମରେ ସାନପୁଅ ଅବ୍ରାମଙ୍କ ଫଟୋ ସେଆର କରିଛନ୍ତି। ଏହି ଫୋଟୋରେ ଅବ୍ରାମ ସ୍କୁଲ ୟୁନିଫର୍ମରେ ଥିବାବେଳେ ତାଙ୍କ ବେକରେ ମେଡାଲ ଝୁଲୁଛି। ଶାହରୁଖ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେଆର କରି ଲେଖିଛନ୍ତି, ମୋର ଛୋଟ ଗୋଲଡ଼ ମେଡାଲ ଆଜି ଦୌଡ଼ ପ୍ରତିଯୋଗିତାରେ ସିଲଭର ଏବଂ ବ୍ରୋଞ୍ଜ ମେଡାଲ ଜିତିଛି। ଏଥିରେ ପୁଅର ସଫଳତାରେ ସେ ତାଙ୍କର ଖୁସି ଜାହିର କରିଛନ୍ତି। ଶାହରୁଖଙ୍କ ଏହି ପୋଷ୍ଟରେ ତାଙ୍କର ହଜାରେରୁ ଅଧିକ ଫଲୋୟର୍ସ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ପ୍ରଶଂସକ ଅବ୍ରାମଙ୍କୁ ଶୁଭେଚ୍ଛା ଜଣାଇବା ସହ ବଡ ହେଲେ ବାପାଙ୍କ ପରି ନାଁ ରଖିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ