
ଖୋର୍ଦ୍ଧା: ଫେସ୍ବୁକ୍ରେ ଗଢ଼ିଲା ଉଠିଲା ପ୍ରେମ। ପରିବାରକୁ ବିରୋଧ କରି ବିବାହ କରିବାକୁ ସ୍ଥିର କଲେ ଯୁବକ ଓ ଯୁବତୀ। ହେଲେ ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ପଲ୍ଲା ଲୋକେଶ୍ୱରଙ୍କ ମନ୍ଦିର ନିକଟରେ।
ଗତକାଲି ବିବାହ କାର୍ଯ୍ୟ ଚାଲି ଥିବାବେଳେ କନ୍ୟାଙ୍କ ବୟସକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ଯୁବତୀ ଜଣକ ନାବାଳିକା ହୋଇଥିବା ନେଇ ପୋଲିସ୍ ଜାଣିବା ପରେ ବିବାହକୁ ଅଧାରୁ ବନ୍ଦ ରଖିବା ସହ ବରଙ୍କୁ ନିଜ ହେପାଜତକୁ ନେଇଛି। ତେବେ ତାଙ୍କୁ ୧୮ ବର୍ଷରୁ ଅଧିକ ବୋଲି ଦାବି କରିଥିଲେ କନ୍ୟା। ଏନେଇ ବିବାହ ବେଦୀ ନିକଟରେ କିଛି ସମୟ ବିବାଦ ଦେଖା ଦେଇଥିଲା। ଘଟଣା ପରେ ପୋଲିସ୍ ସମ୍ପୃକ୍ତ ଯୁବତୀଙ୍କ ପ୍ରକୃତ ବୟସ କେତେ ସେନେଇ ଯାଞ୍ଚ ଆରମ୍ଭ କରିଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ