March 24, 2023

Satya News

odia news channel

ପୁଣି କଂଗ୍ରେସର ମଙ୍ଗ ଧରିବେ ରାହୁଳ ଗାନ୍ଧୀ!

ନୂଆଦିଲ୍ଲୀ,୧୩/୨: ପୁଣିଥରେ ରାହୁଳ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରାଯିବ। ଏ ନେଇ ନିଷ୍ପତ୍ତି ଗ୍ରହଣ କରିବାକୁ ଏପ୍ରିଲ୍‌ରେ ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ର ଅଧିବେଶନ ବସିପାରେ। ସୂଚନା ଅନୁଯାୟୀ, ରାହୁଳଙ୍କୁ ପୁନର୍ବାର କଂଗ୍ରେସର ମୁଖ୍ୟ କରାଯାଉ ବୋଲି ଦଳର ବରିଷ୍ଠ ସଦସ୍ୟମାନେ ଦାବି କରୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟସ୍ତ ହେବା ପରେ ରାହୁଳ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ। ସେବେଠାରୁ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ମାତ୍ର ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଭଲ ନଥିବାରୁ ଦଳୀୟ କାର୍ଯ୍ୟକ୍ରମ ବହୁମାତ୍ରାରେ ପ୍ରଭାବିତ ହେଉଛି। ତେଣୁ ଦଳକୁ ଚଳଚଞ୍ଚଳ କରିବାକୁ ଜଣେ ସକ୍ରିୟ ଅଧ୍ୟକ୍ଷଙ୍କର ଆବଶ୍ୟକତା ରହିଥିବା କଂଗ୍ରେସ ହୃଦବୋଧ କରିଛି। ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ସ୍ଥିତି ହରାଇବା ପରେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ରାହୁଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Spread the love