ଏଲିଆନ ଅଛନ୍ତି, ଏଇ ପୃଥିବୀରେ ଥାଇପାରନ୍ତି

ଏଲିଆନ ଅଛନ୍ତି ଏବଂ ସେମାନେ ପୃଥିବୀରେ ଆମ ସହ ଥାଇପାରନ୍ତି ବୋଲି ମହାକାଶ ଯାତ୍ରା କରିବାକୁ ଥିବା ପ୍ରଥମ ବ୍ରିଟନ ହେଲେନ ଶର୍ମନ କହିଛନ୍ତି । ଡକ୍ଟର ଶର୍ମନ ଏକ ପତ୍ରିକାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ପୃଥିବୀ ବାହାରେ ବ୍ରହ୍ମାଣ୍ଡର କେଉଁଠି ନା କେଉଁଠି ଜୀବନ ନିଶ୍ଚିତ ଭାବେ ଅଛି । ଏଲିଆନମାନେ ଅଛନ୍ତି । ଏହାକୁ ନେଇ କୌଣସି ଦ୍ୱିମତ ନାହିଁ । କୋଟି କୋଟି ତାରକା ଚତୁଃପାଶ୍ୱର୍ରେ ଘୂରୁଥିବା ଗ୍ରହଗୁଡ଼ିକରେ ଜୀବନର ସମସ୍ତ ପ୍ରକାର ଆକୃତି ରହିଛି । ୫୬ ବର୍ଷୀୟା ଶର୍ମନ ୧୯୯୧ ମେ’ରେ ସୋଭିଏଟ ଷ୍ଟେଶନକୁ ଯାତ୍ରା କରି ଇତିହାସ ରଚିଥିଲେ । ଲଣ୍ଡନର ଇମ୍ପେରିଆଲ କଲେଜରେ କାର୍ଯ୍ୟରତ ଶର୍ମନ ଆହୁରି କହିଛନ୍ତି ଯେ ଏଲିଆନମାନଙ୍କ ଦେହରେ ମଣିଷଙ୍କ ଭଳି କାର୍ବନ ଓ ନାଇଟ୍ରୋଜେନ ଥାଇ ନପାରେ । ତେବେ ସେମାନେ ବର୍ତ୍ତମାନ ଏଇଠି ଥାଇପାରନ୍ତି ଏବଂ ଆମେ ସେମାନଙ୍କୁ ଦେଖିପାରୁ ନାହୁଁ ।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ