
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବଡ଼ବଡ଼ ଆନ୍ତର୍ଜାତିକ ତୈଳ ଓ ଗ୍ୟାସ୍ କମ୍ପାନୀର ସିଇଓମାନଙ୍କ ସହ କଥାବାର୍ତ୍ତା କରିବେ। ନୀତି ଆୟୋଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଏହି ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନୀତି ଆୟୋଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଏହା ହେଉଛି ଏଭଳି ପଞ୍ଚମ କାର୍ଯ୍ୟକ୍ରମ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ସାଉଦୀଆରବ ଶକ୍ତିମନ୍ତ୍ରୀ ଅବଦୁଲ ଅଜିଜ୍ ବିନ୍ ସଲମନ ଅଲ୍ ସାଉଦ୍, ଆମେରିକା ଶକ୍ତିମନ୍ତ୍ରୀ ଡ୍ୟାନ୍ ଗ୍ରୋଲେଟି ଓ ଆଇ.ଏଚ୍.ଏସ୍. ମାର୍କିଟି ଚେୟାରମ୍ୟାନ ଡକ୍ଟର ଡାନିଏଲ୍ ଏରଗିନ୍ ରହିଛନ୍ତି।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା