
ଭୁବନେଶ୍ବର: ଆସନ୍ତା ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ସେ କହିଛନ୍ତି।
ଆଗାମୀ ୨୨ ତାରିଖରେ ବଜେଟ ଉପସ୍ଥାପନ କରାଯିବ ଏବଂ ୨୫ରେ ଆଲୋଚନା ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ବିଧାନସଭାରେ କୋଭିଡ କଟକଣା ରହିବ, କିନ୍ତୁ କିଛି ନିୟମ କୋହଳ ହେବ, ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ଏଥର ବାଧ୍ୟତାମୂଳକ ନାହିଁ।
ଯେଉଁ ନେତାଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବ, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେବ ଓ ପ୍ରତିଦିନ ବିଧାନସଭା ସାନିଟାଇଜ ହେବ ବୋଲି ସେ କହିଛନ୍ତି। ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ, ସେମାନେ ଭିଡିଓ କନ୍ଫରେନ୍ସରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ ବୋଲି ବି ବାଚସ୍ପତି ସୂଚନା ଦେଇଛନ୍ତି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ