April 19, 2024

Satya News

odia news channel

ବିଜେପିକୁ ଫେରିଲେ ବାବୁଲାଲ ମାରାଣ୍ଡି। କହିଲେ ପଦବୀ ଲୋଭ ନାହିଁ, ଝାଡ଼ୁ ମାରିବାକୁ ବି ପ୍ରସ୍ତୁତ

୧୪ ବର୍ଷ ପରେ ଘରବାହୁଡ଼ା

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ୧୪ ବର୍ଷ ପରେ ବିଜେପିକୁ ଫେରିଛନ୍ତି । ରାଂଚିରେ ଆୟୋଜିତ ବିଜେପିର ମିଳନ ସମାରୋହରେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଶାହ ୨୦୧୪ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ବାବୁଲାଲଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ । ବାବୁଲାଲ ଟିକେ ଜିଦଖୋର ଲୋକ । ଦୀର୍ଘ ସମୟ ଧରି ମାନି ନଥିଲେ । କିନ୍ତୁ ଶେଷରେ ସେ ସମସ୍ତଙ୍କ ସହମତିରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଶାହ କହିଛନ୍ତି । ବିଜେପିକୁ ଫେରିବା ପରେ ବାବୁଲାଲ କହିଛନ୍ତି ଯେ ପଦବୀ ଲୋଭରେ ସେ ଆସିନାହାନ୍ତି । ଦଳ କହିଲେ ସେ ଝାଡ଼ୁ ମାରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏଥିସହ ବିଜେପିରେ ଜେଭିଏମର ବିଲୟ ହୋଇଛି । ସୂଚନାଯୋଗ୍ୟ, ୨୦୦୦ରେ ବାବୁଲାଲ ବିଜେପିରୁ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Spread the love