୩୧ରୁ ବ୍ୟାଙ୍କ ଧର୍ମଘଟ
ନୂଆଦିଲ୍ଲୀ: ଦରମା ବୃଦ୍ଧି ଦାବିରେ ଆସନ୍ତା ୩୧ରୁ ବ୍ୟାଙ୍କ କର୍ମଚାରୀମାନେ ୨ ଦିନ ପାଇଁ ଧର୍ମଘଟକୁ ଓହ୍ଲାଇବେ। ଏନେଇ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ନେତୃତ୍ୱରେ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ୯ଟି କର୍ମଚାରୀ ସଂଘର ନେତୃତ୍ୱ ନେଇଥିବା ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ(ୟୁଏଫ୍ବିୟୁ) ପକ୍ଷରୁ କୁହାଯାଇଛି ଯେ, ଏହି ଧର୍ମଘଟ ପରେ ମାର୍ଚ୍ଚ ୧୧ ରୁ ୧୩ ପର୍ଯ୍ୟନ୍ତ ପୁଣି ତିନି ଦିନିଆ ଧର୍ମଘଟ କରାଯିବ। ଏହାପରେ ଏପ୍ରିଲ ୧ରୁ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ୟୁଏଫ୍ବିୟୁର ଆବାହକ ସିଦ୍ଧାର୍ଥ ଖାନ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ କର୍ମଚାରୀମାନଙ୍କ ଦରମାରେ ସର୍ବନିମ୍ନ ୧୫ ପ୍ରତିଶତ ବୃଦ୍ଧି ଆଣିବାକୁ ୟୁଏଫ୍ବିୟୁ ଚାହୁଁଥିବା ବେଳେ ଆଇବିଏ ଏହାକୁ ୧୨.୨୫ ପ୍ରତିଶତରେ ସୀମିତ ରଖିବାକୁ ଚାହୁଁଛି। କିନ୍ତୁ ଏହି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ଖାନ୍ କହିଛନ୍ତି।
More Stories
ପରଲୋକରେ ପରଭେଜ୍ ମୁଶାରଫ୍
ନେତାଜୀ ଜୟନ୍ତୀ ଅବସରରେ ଆଇକନିକ୍ ସପ୍ତାହ ପାଳିବ ସ୍ବରାଷ୍ଟ୍ର ମନ୍ତ୍ରାଳୟ
ରାଜୀବ ହତ୍ୟାକାରୀଙ୍କୁ ଜେଲ୍ରୁ ମୁକ୍ତି ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ