March 29, 2024

Satya News

odia news channel

ବିହାର ଏକଜିଟ ପୋଲ – ପ୍ରାରମ୍ଭିକ ଆକଳନରେ ଏନଡ଼ିଏକୁ ୧୧୦, ବିରୋଧୀ ଦଳକୁ ୧୨୪

 

ବିହାରରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ୨୪୩ଟି ଆସନ ମଧ୍ୟରୁ ବିରୋଧୀ ଦଳକୁ ୧୨୪ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏନଡିଏ ୧୧୦ଟି ଆସନ ଜିତିବ ବୋଲି ଏକଜିଟ ପୋଲ ପ୍ରାରମ୍ଭିକ ପୂର୍ବାନୁମାନ କରିଛି। ଆଜି ୫୫.୨୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ଯଦିଓ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ବିଭିନ୍ନ ଦଳକୁ ଆସନ ସଂଖ୍ୟା ଆବଣ୍ଟନରେ କମ ବେଶୀ ରହିଛି, କିନ୍ତୁ ଅଧିକାଂଶ ସଂସ୍ଥା ଏକଜିଟ ପୋଲରେ ମହାମେଣ୍ଟ ଅଧିକ ଆସନ ପାଇବା ନେଇ ଦର୍ଶାଇଛନ୍ତି।

ବିହାରର ୨୪୩ ବିଧାନସଭା ଆସନର ନଭେମ୍ବର ୧୦ରେ ଫଳାଫଳ ଆସିବ, କିନ୍ତୁ ଏକଜିଟ୍ ପୋଲ୍ ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି। ଅଧିକାଂଶ ସର୍ବେକ୍ଷଣରେ ଏନଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡା ଟକ୍କର ହେଉଛି। ଟାଇମ୍ସ ନେଟୱାର୍କ ଆକଳନ ଅନୁଯାୟୀ ଏନ୍ଡ଼ିଏକୁ ୧୧୬ ଏବଂ ମହାମେଣ୍ଟକୁ ୧୨୦ ଆସନ ମିଳିପାରେ। ପୂର୍ବରୁ ବିଶେଷ ଭାବରେ ବିହାରରେ ଜାତିଗତ ସମୀକରଣ ଉପରେ ଆଧାର କରି ମତଦାନ ହେଉଥିବା ବେଳେ ଚଳିତ ନିର୍ବାଚନରେ ୪୨ ପ୍ରତିଶତ ଭୋଟର ବିକାଶକୁ ମୁଖ୍ୟ ଆଧାର ଭାବେ ଗ୍ରହଣ କରିଛନ୍ତି ଯେତେବେଳେ କି ୩୦ ପ୍ରତିଶତ ବେକାରୀ ଏବଂ ୧୧ ପ୍ରତିଶତ ଦର ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରିଛନ୍ତି।

Spread the love