April 19, 2024

Satya News

odia news channel

ବିଜେଡି ହେଉଛି ଲୋକଙ୍କ ଦଳ, ଲୋକଙ୍କ ସେବାରେ ସମପିର୍ତ : ନବୀନ ପଟ୍ଟନାୟକ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

 

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯ଟି ପ୍ରସ୍ତାବ ପାରିତ କରାଯାଇଛି। ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟାର୍ପଣ ପରେ ବୈଠକ ଆରମ୍ଭ ହୋଇଥିଲା। ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା।

ବିଜେଡି ହେଉଛି ଲୋକଙ୍କ ଦଳ; ଲୋକଙ୍କ ସେବାରେ ସମପିର୍ତ। ପ୍ରତିଦିନ ଲୋକଙ୍କ କାମ କରିବାକୁ କାର୍ଯ୍ୟକାରିଣୀରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମକର୍ତାର୍ଙ୍କୁ ଆହ୍ବାନ ଦେଇଥିଲେ ।

ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରଥମେ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହା ପରେ  ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟିରୁ ଅଧିକରେ ପଂହଚିଛି। ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ତ ଟେକି ଠିଆ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପଂହଚାଇବାକୁ ଶ୍ରୀ ଦାସ କହିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ପ୍ରାକୃତିକ ଦୁର୍ବିପାକ ସତ୍ବେ କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ, କୃଷି ଓ କୃଷକଙ୍କୁ ଅଗ୍ରାଧିକାର,ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସ୍‌ପି ପାଇଁ ଲଢେଇ.ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ,  ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି, ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତ. ଓଡିଶାର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ ଏବଂ ବରପୁତ୍ର ମାନଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ, ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ଆଦି ୯ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନ ହୋଇ ସର୍ବ ସମ୍ମତିକ୍ରମେ ପାରିତ ହୋଇଥିଲା

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ପ୍ରମିଳା ମଲ୍ଲିକ, ଶ୍ରୀ କିଶୋର କୁମାର ମହାନ୍ତି, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ରଶେଖର ସାହୁ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଓ  ଡଃ.ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ବ୍ୟୁରୋ ରିପୋଟ,ସତ୍ୟ ନ୍ୟୁଜ୍ ଟୋଂଟି ଫୋର୍

Spread the love