March 29, 2024

Satya News

odia news channel

“ବିଏମ୍ସିରେ କୋଭିଡ୍ ବେଡର ଅଭାବ ନାହିଁ”

 

ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି

ଭୁବନେଶ୍ୱର: ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍। କହିଲେ,  ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। ‘ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି’। ୫୩୧ ଆଇସିୟୁ, ୮୩୬ ଏଚଡିୟୁ, ୨୧୮୬ ସାଧାରଣ ବେଡ୍ ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି କହିଲେ କମିଶନର। ଏହାସହ ବିଏମ୍ସିରେ କୋଭିଡ୍ ବେଡର ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ୍‌ କେସ୍ ରହିଛି। ଉପଲବ୍ଧ ବେଡ୍ ମଧ୍ୟରୁ ୫୩୧ଟି ICU ବେଡ୍ ରହିଛି ଏବଂ ICU ବେଡର ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି।

ସେହିପରି ୫୩୬ଟି HDU ବେଡ୍ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହାସହ ସାଧାରଣ ବେଡର ୫୦ ପ୍ରତିଶତ ଖାଲି ପଡ଼ିଛି ବୋଲି ସୂଚନା ଦେଇଛନ୍ତି କମିଶନର। ଭୁବନେଶ୍ୱରର ୮୫% ଆକ୍ରାନ୍ତ ଘରେ ଆଇସୋଲେସନରେ ଅଛନ୍ତି। ପ୍ରତି ଓ୍ୱାର୍ଡର RRT ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି ବୋଲି କମିଶନର କହିଛନ୍ତି।

ଏହାସହ ଲକ୍ଷଣ ଦେଖାଇଲେ ଟେଷ୍ଟ କରାନ୍ତୁ ବୋଲି ଭୁବନେଶ୍ୱବାସୀଙ୍କୁ ବିଏମ୍ସି କମିଶନର ଦେଲେ ପରାମର୍ଶ। ଲକ୍ଷଣ ଦେଖାଇଲେ ଟେଷ୍ଟ କରାଇବାକୁ ଅନୁରୋଧ ବି କଲେ। ଲକ୍ଷଣ ଥିବା ଲୋକ ଟେଷ୍ଟ ନ କରାଇ ବାରମ୍ବାର ବିଏମ୍ସିର ହେଲ୍ପ ଲାଇନ୍ ନମ୍ବରକୁ ବାରମ୍ବାର ଫୋନ୍ କରୁଛନ୍ତି ବୋଲି କମିଶନର କହିଛନ୍ତି। କେବଳ ଏତିକି ନୁହେଁ ବରଂ ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ କହିଲେ କମିଶନର। ରାଜଧାନୀରେ ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟାରୀ ଅଛି। ତେଣୁ ସେଠାରେ ପରୀକ୍ଷା କରିବାକୁ ସେ ସମସ୍ତଙ୍କୁ ଅପିଲ କରିଛନ୍ତି। କରୋନା ନିୟମ ପାଳନ କରିବାକୁ ମଧ୍ୟ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Spread the love